ଦେଖିଛନ୍ତି କି ଘାସ ଖାଉଥିବା ସିଂହ ? ଭିଡିଓ ସୋସିଆଲ୍ ମିଡିଆରେ ହେବାରେ ଲାଗିଛି ଭାଇରାଲ୍, ଆପଣ ବି ଥରେ ଦେଖନ୍ତୁ

କଥାରେ ଅଛି ‘ଶେର କଭି ଘାସ୍‌ ନେହିଁ ଖାତା’ । ଅର୍ଥାତ୍‌ ବାଘ ଓ ସିଂହ ମରିଯିବେ ପଛେ କେବେ ଘାସ ଖାଇବେ ନାହିଁ । କାରଣ ସେମାନେ ମାଂସାସୀ ପ୍ରାଣୀ । ହେଲେ ଆମେ ଦେଖାଇବା ସିଂହ ବି ଘାସ ଖାଏ । ଏବେ ଏକ ଘାସ ଖାଉଥିବା ସିଂହର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଅମରେଲି ଜିଲ୍ଲାର ଖମ୍ଭାର ଏକ ବନାଞ୍ଚଳରେ ସୁସ୍ବାଦ ସବୁଜ ଘାସ ଚୋବାଉଥିବା ଏକ ସିଂହର ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭିଡିଓକୁ କିଛି ଲୋକେ ମନୋରଞ୍ଜନ ପାଇଁ ସୁଟ୍ କରିଥିଲେ । ଏହାପରେ ସେମାନେ ସେଠାରୁ ଫେରି ଆସିଥିଲେ ।

ଦେଖନ୍ତୁ ଭିଡିଓ:

video courtesy: TOI

ବିଶେଷଜ୍ଞଙ୍କ ଅନୁଯାୟୀ, ଜଙ୍ଗଲୀ ପଶୁଙ୍କ ପାଇଁ ଘାସ ଖାଇବା ଅସାମାନ୍ଯ କଥା ନୁହେଁ। ସତରଞ୍ଜି ରେଞ୍ଜର ବନ ସଂରକ୍ଷଣ ସନ୍ଦୀପ କୁମାର କହିଛନ୍ତି କି, ଯେତେବେଳେ ସିଂହମାନଙ୍କର ପେଟ ଖରାପ ହୋଇଯାଇଥାଏ ସେତେବେଳେ ସେମାନେ କିଛି ଘାସ ଖାଇ ଦେଇଥାନ୍ତି । ସେ ପୂର୍ବରୁ ଯାହା ଖାଇଥାନ୍ତି ତାକୁ ବାନ୍ତି କରିବା ପାଇଁ ସେମାନେ ଘାସ ଖାଇଥାନ୍ତି । କଞ୍ଚା ମାଂସ ଖାଇବା ଦ୍ବାରା ବେଳେ ବେଳେ ପାଚନ ପ୍ରକ୍ରିୟାରେ ସମସ୍ଯା ହୋଇଥାଏ । ଯାହାଫଳରେ ସେମାନେ ଏପରି କରିଥାନ୍ତି । କୁକୁରମାନେ ଏଭଳି ଘାସ ଖାଇ ବାନ୍ତି କରିବାର ନଜୀର ରହିଛି ।

ଏହାସହ ପଢନ୍ତୁ:

ପାଣି ଭିତରେ ମାଛ ଶିକାର କରୁଥିଲା ସାପ, ଯେତେବେଳେ ଜଣେ ବ୍ୟକ୍ତି ଫୋପାଡିଲେ ବନସି କଣ୍ଟା ତା’ପରେ ହେଲା କିଛି ଏମିତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.