ନିଜ ସମ୍ପତ୍ତିକୁ ନେଇ ବିଗ୍ ବି କଲେ ଖୁଲାସା, କହିଲେ ସବୁ ପ୍ରପଟିର ଅଧିକାରୀ ନୁହଁନ୍ତି ଅଭିଷେକ୍

ବଲିଉଡ୍ ର ବିଗ୍ ବି ଅମିତାଭ ବଚ୍ଚନ ଏକ ସାକ୍ଷାତକାର ମାଧ୍ଯମରେ ତାଙ୍କର ସମସ୍ତ ସମ୍ପତ୍ତିକୁ ଅଭିଷେକ ବଚ୍ଚନ ଏବଂ ଶ୍ବେତା ବଚ୍ଚନ ନନ୍ଦା ଉଭୟଙ୍କ ମଧ୍ୟରେ ଭାଗ କରିବେ ବୋଲି ଘୋଷଣା କରିଛନ୍ତି। ଅମିତାଭ ବଚ୍ଚନ ଶ୍ବେତା ବଚ୍ଚନ ନନ୍ଦାଙ୍କୁ ଖୁବ୍ ଭଲ ପାଇବା ସହ ସୋସିଆଲ ମିଡିଆରେ ମଧ୍ଯ ତାଙ୍କ ସହ ଫଟୋ ପୋଷ୍ଟ କରି ଭଲପାଇବା ଜାହିର୍ କରିଥାନ୍ତି। ଏଥିସହ ବିଗ୍ ବି ‘‘ବେଟୀ ବଚାଓ, ବେଓୀ ପଢାଓ’’ ଅଭିଯାନର ଆମ୍ବାସେଡର ମଧ୍ୟ। ରିପୋର୍ଟ ଅନୁଯାୟୀ ଅମିତାଭ ବଚ୍ଚନ ଏକ ସାକ୍ଷାତକାର ମାଧ୍ଯମରେ କହିଛନ୍ତି ତାଙ୍କର ସମସ୍ତ ସମ୍ପତ୍ତି ଉପରେ କେବଳ ଅଭିଷେକଙ୍କର ଅଧିକାର ନାହିଁ। ସେ ସମସ୍ତ ପ୍ରପଟିକୁ ଉଭୟଙ୍କ ମଧ୍ଯରେ ସମାନ ସମାନ ବାଣ୍ଟିବେ ବୋଲି କହିଛନ୍ତି। ଚଳିତ ବର୍ଷ ଆରମ୍ଭରେ ମଧ୍ଯ ଅମିତାଭ ଶ୍ବେତାଙ୍କ ଡେବ୍ଯୁ ଉପନ୍ଯାସ ‘‘ପାରାଡାଇଜ୍ ଟାୱାର୍ସ’’ କୁ ନେଇ ମନକୁ ଛୁଇଁଲା ଭଳି ଏକ ପୋଷ୍ଟ ଲେଖିଥିଲେ।

ଏହାସହ ପଢନ୍ତୁ: ବନ୍ଦ ହେଲା ସୁପରଷ୍ଟାର ସଲମାନ ଏବଂ ଆଲିୟାଙ୍କ ‘ଇନସାଲ୍ଲା’ ଫିଲ୍ମ, ଜାଣନ୍ତୁ କାହିଁକି ?

ଶ୍ବେତା ବଚ୍ଚନ ନନ୍ଦାଙ୍କର ଏହି ଉପଲ୍ଲବ୍ଧିର ଉତ୍ସାହ କରି ବିଗ୍ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଲେଖିଛନ୍ତି,‘ଝିଅର ଉପଲ୍ଲବ୍ଧି ପିତାର ଗର୍ବ ଠାରୁ କମ ନୁହେଁ।’  ଝିଅମାନେ ଖାସ୍ କାରଣ ସେମାନେ ଛୋଟ ସମସ୍ଯା ଠାରୁ ଆରମ୍ଭ କରି ଅନେକ ଅସୁବିଧାର ସାମ୍ନା କରିଥାନ୍ତି। ଏହି କଥା ପୋଷ୍ଟ କରିବା ସହ ଅମିତାଭ ବଚ୍ଚନ ଶ୍ବେତାଙ୍କର ଏକ ଫଟୋ ମଧ୍ଯ ସେୟାର କରିଛନ୍ତି।