ଗୌତମ ଗମ୍ଭୀରଙ୍କ ବିରୁଦ୍ଧରେ ଅଭିଯୋଗ, ବିଶେଷ ଅଦାଲତରେ ହେବ ଶୁଣାଣି

ପୂର୍ବ ଦିଲ୍ଲୀ ଲୋକସଭା ସିଟରେ ସାସଂଦ ଗୌତମ ଗମ୍ଭୀରଙ୍କ ବିରୁଦ୍ଧରେ ମିଳିଥିବା ଅଭିଯୋଗର ଶୁଣାଣି ଏବେ ବିଶେଷ ସମୀକ୍ଷା କରାଯିବ। ଆପ୍ ର ପ୍ରାର୍ଥୀ ଗମ୍ଭୀରଙ୍କ ଉପରେ ଦୁଇ ଭୋଟର କାର୍ଡ ଧାରକ ହେବାର ଅଭିଯୋଗ କରି ତିରିସ ହଜାର ଅଦାଲତରେ ମାମଲା ରୁଜୁ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ଅଦାଲତ ଗୌତମ ଗମ୍ଭୀରଙ୍କ ଭୋଟର କାର୍ଡ ସମ୍ବଦ୍ଧିତ ରେକର୍ଡ ମଧ୍ୟ ଯାଞ୍ଚ କରିଥିଲେ। କିନ୍ତୁ ଏହା ମଧ୍ୟରେ ଗୌତମ ଗମ୍ଭୀର ନିର୍ବାଚନ ଜିତି ଗଲେ।

ବିଶେଷ ଅଦାଲତ ଅଭିଯୋଗ ଉପରେ ଜୁଲାଇ ୨୦ ତାରିଖରେ ଶୁଣାଣି ହେବ। କୋର୍ଟର ସମକ୍ଷ ଅଭିଯୋଗକାରୀଙ୍କ ସପକ୍ଷ ନେଇ କହିଲେ କୌଣସି ବି ବ୍ୟକ୍ତି ଦୁଇଟି ଭୋଟର କାର୍ଡ ରଖିପାରିବେ ନାହିଁ।

ଯଦି କାହା ପାଖରେ ଦୁଇଟି ଭୋଟର କାର୍ଡ ଥାଏ ତେବେ ଏହା ଅପରାଧ ଅଟେ। ପ୍ରଥମ ଭୋଟର କାର୍ଡକୁ ରଦ୍ଦ କରିବା ବିନା ଦ୍ବିତୀୟ କାର୍ଡ ଜାରି ହୋଇପାରିବ ନାହିଁ। ଏହା ଭାରତୀୟ ଜନପ୍ରତିନିଧି କାନୁନରେ ଅପରାଧ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.