ଆଜି ଆଇପିଏଲ୍‌ ହାଇଦ୍ରାବାଦ ଏବଂ ପଞ୍ଜାବ ମଧ୍ୟରେ ହେବ କଡା ଟକ୍କର, ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି ମ୍ୟାଚ

ଆଜି ଚଳିତ ଆଇପିଏଲରେ ସିଜିନ ୧୩ର ଦ୍ୱିତୀୟ ଲିଗ୍ ମୁକାବିଲାରେ ହାଇଦ୍ରାବାଦ୍ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ସାମ୍ନାସାମ୍ନି ହେବେ। ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ରହିଛି ।  ହାଇଦ୍ରାବାଦ୍ ଓ କିଙ୍ଗ୍ସ ଏକାଦଶ ସମାନ ୮ପଏଣ୍ଟ ଲେଖାଏଁ ପାଇ ତାଲିକାରେ ଯାଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି। ପ୍ଲେ-ଅଫ୍ ସ୍ଥାନ ପକ୍କା କରିବାକୁ ହେଲେ ଶେଷ ୪ଟି ଯାକ ମ୍ୟାଚ୍ ଜିତିବା ଜରୁରୀ। ତେଣୁ ଆଜିର ମ୍ୟାଚ୍ ଜିତିବାକୁ ଉଭୟ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ।

କ୍ରମାନ୍ୱୟରେ ୩ଟି ମ୍ୟାଚ୍ରେ ପରାଜିତ ହେବା ପରେ ରାଜସ୍ଥାନ ରୟାଲ୍ସକୁ ହରାଇ ହାଇଦ୍ରାବାଦ ବିଜୟଧାରାକୁ ଫେରିଛି। ଏହି ବିଜୟ ଦଳର ମନୋବଳ ଦ୍ୱିଗୁଣିତ କରିଛି। ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେ ଓ ବିଜୟ ଶଙ୍କର ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଉଭୟଙ୍କ ଫର୍ମ ଅଧିନାୟକ ଡେଭିଡ୍ ୱାର୍ଣ୍ଣରଙ୍କୁ ଆଶ୍ୱସ୍ତ କରିଛି। ଆଜିର ମ୍ୟାଚରେ କିଙ୍ଗ୍ସ ଏକାଦଶ ବ୍ୟାଟ୍ସମ୍ୟାନ୍ ଓ ସନ୍ରାଇଜର୍ସ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର ହେବା ଆଶା କରାଯାଉଛି।

ହାଇଦ୍ରାବାଦ ଦଳ: ଡେଭିଡ୍ ୱାର୍ଣ୍ଣର (ଅଧିନାୟକ), ଜନି ବେୟାରଷ୍ଟୋ, ମନୀଷ ପାଣ୍ଡେ, କେନ୍ ୱିଲାମସନ୍, ପ୍ରିୟମ ଗର୍ଗ, ବିଜୟ ଶଙ୍କର, ରସିଦ ଖାନ୍, ସାହାବାଜ ନଦୀମ, ସନ୍ଦୀପ ଶର୍ମା, ଖଲିଲ୍ ଅହମ୍ମଦ, ଟି. ନଟରାଜନ।

କିଙ୍ଗସ ଇଲେଭେନ ପଞ୍ଜାବ ଦଳ: ଲୋକେଶ ରାହୁଲ, କ୍ରିସ୍ ଗେଲ୍, ମୟଙ୍କ୍ ଅଗ୍ରୱାଲ, ମନଦୀପ ସିଂହ, ନିକୋଲାସ ପୂରନ, ପ୍ରଭସିମରନ ସିଂହ, ରବି ବିଷ୍ନୋଇ, ଅର୍ଶଦୀପ ସିଂହ/ଦୀପକ ହୁଡ଼ା, ମୁଜିବ ଉର ରେହମାନ, ମହମ୍ମଦ ସାମି, ସେଲଡନ୍ କଟ୍ରେଲ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.