ଆଇସିସିର ବଡ଼ ଘୋଷଣା: ଟି୨୦ ବିଶ୍ୱକପ ଆମେରିକାରେ ଖେଳାଯିବ, ନ୍ୟୁୟର୍କରେ ଭାରତ-ପାକିସ୍ତାନ ମ୍ୟାଚ୍‌

ଦିନିକିଆ ବିଶ୍ୱକପ ପରେ ଟି୨୦ ବିଶ୍ୱକପ ୨୦୨୪ରେ ଖେଳାଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଆଇସିସି । ଟି୨୦ ବିଶ୍ୱକପ ୨୦୨୪ ପାଇଁ ଆମେରିକାର ୩ଟି ସହରରକୁ ଚୟନ କରିଛି ଆଇସିସି ।

ଦିନିକିଆ ବିଶ୍ୱକପକୁ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ବିଶ୍ୱକପ ପାଇଁ ସମସ୍ତ ଟିମ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଆଇସିସି ମଧ୍ୟ ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଚଳିତବର୍ଷ ଦିନିକିଆ ବିଶ୍ୱକପର ଆୟୋଜନ ଭାରତ କରୁଛି । ଏହା ମଧ୍ୟରେ ଆଇସିସି ୨୦୨୪ରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆସନ୍ତା ଜୁନରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ୨୦ଟିମ୍‌ ଭାଗ ନେଉଛି । ଆଉ ଏହା ମଧ୍ୟରେ ବିଶ୍ୱକପର ନୂଆ ସ୍ଥାନ ଘୋଷଣା କରିଛି ଆଇସିସି।

ଆଇସିସି ରିପୋର୍ଟ ଅନୁଯାୟୀ, ଆସନ୍ତାବର୍ଷ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ ୨୦୨୪ । ଏଥିପାଇଁ ସ୍ଥାନ ଚୟନ କରିଛି ଆଇସିସି । ଆମେରିକାର ୩ଟି ସ୍ଥାନକୁ ଟି-୨୦ ବିଶ୍ୱକପ ଆୟୋଜନର ଦାୟିତ୍ୱ ମିଳିଛି । ଆମେରିକାର ବ୍ରୋବାର୍ଡ କାଉଣ୍ଟି(ଫ୍ଲୋରିଡା), ଗ୍ରାଣ୍ଡ ପ୍ରେରୀ(ଡେଲାସ) ଏବଂ ଆଇସେନହାୱର ପାର୍କ(ନ୍ୟୁୟର୍କ)ଠାରେ ଟି-୨୦ ବିଶ୍ବକପ-୨୦୨୪ ଅନୁଷ୍ଠିତ ହେବ । ତେବେ ଏହି ବିଶ୍ୱକପ ସହିତ ପ୍ରଥମ ଥର ପାଇଁ ଆମେରିକାକୁ କୌଣସି ଆଇସିସି ଇଭେଣ୍ଟର ଆୟୋଜନ କରିବାର ସୁଯୋଗ ମିଳିଛି । ତେବେ ଆମେରିକା ସହ ୱେଷ୍ଟଇଣ୍ଡିଜ ମଧ୍ୟ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ସହ ଆୟୋଜକ ରହିଛି । ଆଇସିସି କହିଛି, “ଆମେରିକାର ତିନିଟି ସ୍ଥାନ ଘୋଷଣା କରି ଆମେ ଆନନ୍ଦିତ । ଏଠାରେ ସର୍ବବୃହତ ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ଆୟୋଜନ ହେବ ଏବଂ ୨୦ ଟି ଦଳ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଟି୨୦ ବିଶ୍ୱକପ ୨୦୨୪ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ନ୍ୟୁୟର୍କ ସହର ଠାରୁ ଦୂର ଷ୍ଟାଡିୟମରେ କରାଯିବ । ଏହି ଷ୍ଟାଡିୟମର କ୍ଷମତା ୩୪,୦୦୦ ରହିଛି । ଟି୨୦ ବିଶ୍ୱକପ ପାଇଁ ଖେଳିବାକୁ ଥିବା ୨୦ ଟିମ୍‌କୁ ୫-୫ କରି ୪ଟି ଗ୍ରୁପରେ ବଣ୍ଟାଯାଇଛି । ଏହାପରେ ଟପ୍‌-୨ ରେ ରହୁଥିବା ପ୍ରତ୍ୟେକ ଗ୍ରୁପର ଟିମ୍‌ ସୁପର-୮ ପାଇଁ କ୍ୱାଲିଫାଏ କରିବା, ସେମାନଙ୍କୁ ୪-୪ କରି ୨ଟି ଗ୍ରୁପରେ ବଣ୍ଟାଯିବ । ସେହିପରି ଟପ୍‌-୨ରେ ରହିବା ଟିମକୁ ନିଜ ନିଜ ଗ୍ରୁପରେ ସେମିଫାଇନାଲ ଖେଳିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.