Below header

ୱିକେଟ୍ ପଛରେ ଧୋନୀ ଥିଲେ ଛାଡନ୍ତୁନି କ୍ରିଜ୍ , ବିଶ୍ବର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ଚେତାବନୀ ଦେଲା ICC

ଯେତିକି ନିଜର ଅନୁଭବ ଏବଂ ଅଭିଜ୍ଞତା ପାଇଁ ପ୍ରସିଦ୍ଧ ସେତିକି ହିଁ ୱିକେଟ୍ ପଛରେ ନିଜର ଚପଳତା ପାଇଁ ପ୍ରସିଦ୍ଧ ମହେନ୍ଦ୍ର ସିଂହ ଧୋନୀ । ଗଜବ ଅଟେ ୱିକେଟ୍ ପଛରେ ଧୋନୀଙ୍କ ଫୁର୍ତ୍ତି ଏବଂ ଉପସ୍ଥିତ ବୁଦ୍ଧି । ଏହାର ଅନେକ ଉଦାହରଣ ତ ଆପଣ ମାନେ ଦେଖିଥିବେ । ଏବେ ପୁଣି ଥରେ ରବିବାର ଦିନ ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯାଇଥିବା ମ୍ୟାଚରେ ନିଜ ପ୍ରଦର୍ଶନ ପାଇଁ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି ମାହି।

ଧୋନୀଙ୍କ ଗୋଟିଏ ରନ୍ ଆଉଟ୍ ପୁରା ମ୍ୟାଚର ନକ୍ସା ହିଁ ବଦଳାଇଦେଲା । ଆଉ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଦର୍ଶନ ଦେଖି ଆଇସିସି ମଧ୍ୟ ପ୍ରଶଂସା ନକରି ରହିପାରିନି । ଏକ ଟୁଇଟରେ ବିଶ୍ବର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ଚେତାବନୀ ଦେଇ ଆଇସିସି ଲେଖିଛି , ଯେତେବେଳେ ମହେନ୍ଦ୍ର ସିଂହ ଧୋନୀ ଷ୍ଟମ୍ପ୍ ପଛରେ ଅଛନ୍ତି ସେତେବେଳେ ଭୁଲରେ ନିଜ କ୍ରିଜ୍ ଛାଡି ଯାଆନ୍ତୁ ନାହିଁ ।

ସୂଚନାଯୋଗ୍ୟ, ୨୫୩ ରନ୍ ଲକ୍ଷର ପିଛା କରି ନ୍ୟୁଜିଲାଣ୍ଡ ୬ ୱିକେଟ ହରାଇ ୧୭୬ ରନ୍ କରିସାରିଥିଲା । ଆଉ ମୈଦାନରେ ଥିଲେ ଜେମ୍ସ ନିଶାମ୍ । କିନ୍ତୁ ୩୭ ଓଭରର ଦ୍ବିତୀୟ ବଲରେ ଏମିତି କିଛି ହେଲା ଯେ ନ୍ୟୁଜିଲାଣ୍ଡର ପୁରା ଟିମ୍ କେବଳ ଦେଖଣାହାରୀ ହୋଇ ରହିଗଲା । ଧୋନୀ ଏମିତି କଲେ ରନ୍ ଆଉଟ୍ ସମସ୍ତେ ଅବାକ୍ ହୋଇ ରହିଗଲେ । ଆଉ ଏହି ରନ୍ ଆଉଟ୍ ପୁରା ମ୍ୟାଚର ନକ୍ସା ହିଁ ବଦଳାଇଦେଲା ।

କେଦାର ଜାଘବଙ୍କ ବଲରେ ନିଶାମଙ୍କ ବିରୋଧରେ ଆଉଟ୍ ପାଇଁ ଅପିଲ୍ କରିଥିଲେ ଧୋନୀ । ହେଲେ ଏହି ଆଉଟ୍ ଦେବାକୁ ମନା କରିଦେଇଥିଲେ ଅମ୍ପାୟାର୍ । ତେବେ ବ୍ୟାଟ୍ସମ୍ୟାନ୍ ନିଶାମ୍ ବଲଟିକୁ ନଦେଖି କ୍ରିଜ୍ ଛାଡି ଆଗକୁ ଚାଲିଗଲେ । ଆଉ ଏହି ସୁଯୋଗକୁ ହାତଛଡା କରିନଥିଲେ ଧୋନୀ । ସଙ୍ଗେ ସଙ୍ଗେ ନିଶାମଙ୍କୁ ରନ୍ ଆଉଟ୍ କରିବାକୁ ଟିକେ ବି ବିଳମ୍ବ କରିନଥିଲେ । ଏହି ଆଉଟ୍ କରିବା ପରେ ନିଜକୁ ଅଟକାଇ ପାରିନଥିଲେ ଧୋନୀ । ସର୍ବଦା କୁଲ୍ ରହୁଥିବା ମାହି ଖୁସିରେ ଡେଇଁଥିଲେ ।

ଦେଖନ୍ତୁ ଏହି ଭିଡିଓ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.