ଆମେରିକାରେ ଗର୍ଜିଲେ ଇମରାନ୍ ଖାନ୍, କହିଲେ ଦୁନିଆର ସର୍ବଶ୍ରେଷ୍ଠ କ୍ରିକେଟ ଟିମ ହେବ ପାକିସ୍ତାନ୍

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ପାକିସ୍ତାନ-ଆମେରିକାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ବ୍ରିଟେନରେ ନିକଟରେ ବିଶ୍ବକପରେ ରାଷ୍ଟ୍ରୀୟ ଟିମର ଖରାପ ପ୍ରଦର୍ଶନ ପରେ ସେ ‘ଦୁନିଆର ସର୍ବଶ୍ରେଷ୍ଠ କ୍ରିକେଟ ଟିମ’ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।

କ୍ରିକେଟର ରୁ ରାଜନେତା ହୋଇଥିବା ଇମରାନ ରବିବାର ଦିନ ୱାସିଂଟୋନ ଡିସିର କ୍ୟାପଟେନ ୱାନ ଏରେନାରେ ଜଡିତ ଥିବା ପାକିସ୍ତାନୀ-ଆମେରିକୀୟଙ୍କୁ ସମ୍ବୋଦ୍ଧିତ କରୁଥିଲେ। ନିକଟରେ ଆଇସିସି କ୍ରିକେଟ ବିଶ୍ବ କପରେ ପାକିସ୍ତାନୀ ଟିମର ଖରାପ ପ୍ରର୍ଦଶନ କାରଣରୁ ଇମରାନ କହିଛନ୍ତି ସେ ଟିମରେ ସର୍ବଶ୍ରେଷ୍ଠ କ୍ରିକେଟରଙ୍କୁ ଆଣି ସେମାନଙ୍କୁ ଆଗାମୀ ଟୂର୍ଣ୍ଣାମେଣ୍ଟ ପର୍ଯ୍ୟନ୍ତ ଦୁନିଆର ସର୍ବଶ୍ରେଷ୍ଠ କ୍ରିକେଟ ଟିମ ବନାଇବାକୁ ପ୍ରସ୍ତୁତି କରୁଛନ୍ତି।

imran khanପାକିସ୍ତାନକୁ ୧୯୯୨ରେ ନିଜର ଅଧିନାୟିକତ୍ବରେ ବିଶ୍ବକପକୁ ହାତେଇଥିବା ଇମରାନ କହିଛନ୍ତି ‘ମୋ କଥାକୁ ମନେ ରଖ’। ଇମରାନ ନିଜ ଯୋଜନା ବିଷୟରେ ଖୋଲାଖୋଲି ଭାବେ କୌଣସି ସୂଚନା ଦେଇନାହାନ୍ତି।

ଏହା ସହ ପଢ଼ନ୍ତୁ : ୪୪ ବର୍ଷ ପୂର୍ବେ ମୈଦାନରେ ବଡ ଅଜବ ଢଙ୍ଗରେ ଶାଢ଼ି ପିନ୍ଧି ଭାରତୀୟ ଖେଳାଳିଙ୍କୁ କିସ୍ କଲେ ମହିଳା

ସେ ୧୬ ଜୁନରେ ହୋଇଥିବା କ୍ରିକେଟ ବିଶ୍ବ କପରେ ଭାରତ ବିରୋଧରେ ଗୁରୁତ୍ବପୂର୍ଣ୍ଣ ମୁକାବିଲା ପାଇଁ ପରାଜୟର ଡରକୁ ଭୁଲିବା ପାଇଁ ରାଷ୍ଟ୍ରୀୟ ଟୀମକୁ ପରାମର୍ଶ ଦେଇଥିଲେ ଏବଂ କହିଥିଲେ ଡର କାରଣରୁ ନକାରାତ୍ମକ ଏବଂ ରକ୍ଷାତ୍ମକ ରଣନୀତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.