ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି୨୦ : ଦ୍ୱିତୀୟ ବିଜୟ ପାଇଁ ଭାରତୀୟ ଯୁବ ଟିମ୍‌ ପ୍ରସ୍ତୁତ, ବର୍ଷା ସାଜିପାରେ ବାଧକ

ପ୍ରଥମ ଟି-୨୦ ଜିତି ୫ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ମେନ ଇନ ବ୍ଲୁ । ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦ । ପ୍ରବଳ ବର୍ଷା ଯୋଗୁଁ ଅପରାହ୍ଣରେ ଅଭ୍ୟାସ କରିବା ସମ୍ଭବ ହୋଇନାହିଁ। ରବିବାର ସନ୍ଧ୍ୟାରେ ମଧ୍ୟ ବର୍ଷା ହେବା ପୂର୍ବାନୁମାନ କରାଯାଇଛି।

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦ । ଥିରୁବନ୍ତପୁରମରେ ସନ୍ଧ୍ୟା ୭ଟାରେ ହେବ ଲଢେଇ । ଏହା ପୂର୍ବରୁ ଉଭୟ ଦଳ ଦମଦାର ଅଭ୍ୟାସ କରିଛନ୍ତି । ପ୍ରଥମ ଟି-୨୦ ଜିତି ୫ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ମେନ ଇନ ବ୍ଲୁ । ପ୍ରବଳ ବର୍ଷା ଯୋଗୁଁ ଅପରାହ୍ଣରେ ଅଭ୍ୟାସ କରିବା ସମ୍ଭବ ହୋଇନାହିଁ। ରବିବାର ସନ୍ଧ୍ୟାରେ ମଧ୍ୟ ବର୍ଷା ହେବା ପୂର୍ବାନୁମାନ କରାଯାଇଛି।

ଆଜିର ମ୍ୟାଚ ଜିତି ସିରିଜରେ ଆଗୁଆ ରହିବାକୁ ପଡିଆକୁ ଓହ୍ଲାଇବ ଘରୋଇ ଦଳ। ଏପଟେ ସିରିଜ ଫେରିବା ଲକ୍ଷ୍ୟରେ ବିଶ୍ବ ବିଜେତା ଟିମ ।

ବିଶାଖାପାଟନମରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚରେ ୨୦୯ ରନ ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ । ଯାହାକୁ ଭାରତ ୨ ଓ୍ଵିକେଟ ଥାଇ ହାସଲ କରିଥିଲା । ସୂର୍ଯ୍ୟକୁମାର ଏବଂ ଇଶାନ କିଶାନ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସୂର୍ଯ୍ୟକୁମାର ୪୨ ବଲରେ ୮୦ ରନ୍ କରିଥିଲେ । ସେହିଭଳି ଇଶାନ କିଶାନ ୩୯ ବଲରେ ୫୮ ରନ୍ କରିଥିଲେ । ଶେଷ ବଲରେ ରିଙ୍କୁ ସିଂ ଛକା ମାରି ଭାରତକୁ ଜିତାଇଥିଲେ ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ଯଶସ୍ବୀ ଜୟସ୍ବାଲ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ରିଙ୍କୁ ସିଂହ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ମୁକେଶ କୁମାର।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ଏକାଦଶ: ମାଥ୍ୟୁ ସର୍ଟ, ମାଥ୍ୟୁ ୱେଡ, ଷ୍ଟିଭ୍ ସ୍ମିଥ୍/ଟ୍ରାଭିସ ହେଡ୍, ଜୋସ ଇଂଲିସ, ଗ୍ଲେନ୍ ମ୍ୟାକ୍ସେୱେଲ, ମାର୍କସ ଷ୍ଟୋଇନିସ, ଟିମ୍ ଡେଭିଡ୍, ନାଥନ ଏଲିସ୍, ସିନ୍ ଆବୋଟ, ଜାସନ ବେହରେନଡର୍ଫ, ଆଡ଼ାମ ଜାମ୍ପା/ତନବୀର ସଂଘ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.