ଭାରତ-ଇଂଲଣ୍ଡ ରାଜକୋଟ ଟେଷ୍ଟ : ଇଂଲଣ୍ଡ ୩୧୯ ରନରେ ଅଲଆଉଟ, ହାତରେ କଳାପଟି ବାନ୍ଧି ଖେଳିଲେ ଭାରତୀୟ ଖେଳାଳି

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସରେ ୩୧୯ ରନ୍‌ କରି ଅଲଆଉଟ ହୋଇଛି । ଭାରତ ପ୍ରଥମ ପାଳିରେ ୧୨୬ ରନରେ ଆଗୁଆ ରହିଛି । ଟେଷ୍ଟ କ୍ରିକେଟର ଦତ୍ତାଜୀରାଓ ଗାୟକଓ୍ଵାଡଙ୍କ ନିଧନରେ ଭାରତୀୟ ଟିମର ଖେଳାଳି ହାତରେ କଳାପଟି ବାନ୍ଧି ଖେଳିଥିଲେ ।

ରାଜକୋଟରେ ଚାଲିଥିବା ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସରେ ୩୧୯ ରନ୍‌ କରି ଅଲଆଉଟ ହୋଇଛି । ଭାରତ ପ୍ରଥମ ପାଳିରେ ୧୨୬ ରନରେ ଆଗୁଆ ରହିଛି । ରାଜକୋଟ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୪୪୫ ରନ କରିଥିଲା । ଯାହାକୁ ପିଛା କରି ଇଂଲଣ୍ଡ ୩୧୯ ରନରେ ଅଲଆଉଟ ହୋଇଥିଲା ।

ଇଂଲଣ୍ଡ ପକ୍ଷରୁ ଡୁକେଟ ଶତକ ୧୫୩ ରନ୍‌ କରିଥିବା ବେଳେ କୁଳଦୀପ ତାଙ୍କୁ ଆଉଟ୍ କରାଇ ନେଇଥିଲେ । ଡକେଟଙ୍କ ପରେ ଅନ୍ୟ କେହି ଭଲ ପ୍ରଦର୍ଶନ କରିପାରି ନଥିଲେ। କେବଳ ବେନ ଷ୍ଟୋକ୍ସ ହିଁ ୪୧ ରନ୍ ସଂଗ୍ରହ କରିଥିଲେ।

ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ଟି କୁଲଦୀପ ଏବଂ ଜାଡେଜା ୨-୨ ଓ୍ଵିକେଟ ନେଇଛନ୍ତି । ଇଂଲଣ୍ଡ ଦ୍ୱିତୀୟଦିନରେ ୨୦୭ ରନରେ ଷ୍ଟମ୍ପ ଆଉଟ୍‌ କରିଥିଲା ।

ତେବେ ଆଜିର ମ୍ୟାଚରେ ଭାରତୀୟ ଖେଳାଳି ହାତରେ କଳାପଟି ବାନ୍ଧି ଖେଳିବାକୁ ଆସିଥିଲେ । ୧୩ ଫେବୃଆରୀକୁ ଟେଷ୍ଟ କ୍ରିକେଟର ଦତ୍ତାଜୀରାଓ ଗାୟକଓ୍ଵାଡଙ୍କ ନିଧନ ହୋଇଥିଲା । ତେଣୁ ଭାରତୀୟ ଟିମର ଖେଳାଳି ହାତରେ କଳାପଟି ବାନ୍ଧି ଖେଳିଥିଲେ । ଏବେ ଭାରତ ଦ୍ୱିତୀୟ ଇନିଂସରେ ଭାରତର ଦୁଇ ଓପନର ଯଶସ୍ୱୀ ଜୟସଓ୍ଵାଲ ଏବଂ ରୋହିତ ଶର୍ମା ବ୍ୟାଟିଂ କରୁଛନ୍ତି । ରୋହିତ ୧୩ ରନ୍‌ କରିଥିବା ବେଳେ ଯଶସ୍ୱୀ ୭ ରନ୍‌ କରି ଖେଳୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.