Below header

ଆଜିଠୁ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ : ସିରିଜ ବଞ୍ଚାଇ ରଖିବାକୁ ସଂଘର୍ଷ କରିବ ଭାରତ

ନୂଆଦିଲ୍ଲୀ (କେନ୍ୟୁଜ୍) : ଆଜିଠୁ ନଟିଂହମରେ ଖେଳାଯିବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ସିରିଜ ବଞ୍ଚାଇ ରଖିବାକୁ ସଂଘର୍ଷ କରିବ ବିରାଟ ବାହିନୀ । ପ୍ରଥମ ଦୁଇଟି ଟେଷ୍ଟରେ ଦଳ ଶୋଚନୀୟ ଭାବେ ହାରିବା ପରେ ମାନସିକ ଭାବେ ଦୁର୍ବଳ ରହିଛି । ତେବେ ପୂର୍ବ ତ୍ରୁଟିକୁ ସୁଧାରି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଦଳ ପାଇଁ ଉଭୟ ବ୍ୟାଟିଂ ଓ ବୋଲିଂ ସମସ୍ୟା ଲାଗି ରହିଛି । ଲର୍ଡସ୍ ଟେଷ୍ଟର ଉଭୟ ଇନିଂସରେ ଦଳ ୨୦୦ରୁ କମ୍ ରନ୍ କରିଛି । ଭାରତୀୟ ପେସ୍ ବୋଲର ବୁମରା ସୁସ୍ଥ ହୋଇଥିବାରୁ ତାଙ୍କୁ କୁଲଦୀପ ଯାଦବଙ୍କ ସ୍ଥାନରେ ସାମିଲ କରାଯାଇଛି । ସେହିପରି ଓ୍ଵିକେଟ କିପର ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ଋଷଭ ପନ୍ତ ଖେଳିବାର ସମ୍ଭାବନା ରହିଛି । ସେପଟେ ଏହି ମ୍ୟାଚ ଜିତି ଆଗୁଆ ସିରିଜ ଜିତିବାକୁ ପ୍ରାଣପ୍ରଣେ ଚେଷ୍ଟା କରିବ ଟିମ ଇଂଲଣ୍ଡ । ୫ଟିକିଆ ଟେଷ୍ଟ ସିରିଜରେ ଇଂଲଣ୍ଡ ୨-୦ରେ ଆଗୁଆ ରହିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ଦମଦାର ଫର୍ମରେ ଅଛି । ତେବେ ପ୍ରଥମ ଟେଷ୍ଟର ମ୍ୟାନ ଅଫ ଦ ମ୍ୟାଚ ସାମ କୁରାନଙ୍କ ଜାଗାରେ ବେନ୍ ଷ୍ଟୋକ୍ସଙ୍କୁ ନିଆଯାଇଛି । ଆହତ କାରଣରୁ ଷ୍ଟୋକ୍ସ ଗତ ଟେଷ୍ଟରେ ବାଦ ପଡିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.