Below header

ଗ୍ୟାସ୍ ସିଲିଣ୍ଡର ପାଇପ୍ ଲିକ୍, ଲାଗିଲା ନିଆଁ : ବୋଲବମ୍ ଭକ୍ତ ଆହତ

ମାଲକାନଗିରି (କେନ୍ୟୁଜ୍) : ଗ୍ୟାସ୍ ସିଲିଣ୍ଡର ପାଇପ୍ ଲିକ୍ ହୋଇ ଲାଗିଲା ନିଆଁ । ଏଥିରେ ତିନି ଜଣ ବୋଲବମ୍ ଭକ୍ତ ଆହତ ହୋଇଛନ୍ତି । ମାଲକାନଗିରି ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆହତଙ୍କୁ ଭର୍ତ୍ତି କରାଯାଇଥିଲା । ବୋଲବମ୍ ଭକ୍ତ ବାଲିମେଳାରୁ ଗୁପ୍ତେଶ୍ୱର ଯାଉଥିବା ବେଳେ ଖଇରପୁଟ ଠାରେ ରାତ୍ରିଯାପନ କରିଥିଲେ । ସକାଳେ ଜଳଖିଆ ପ୍ରସ୍ତୁତ କରୁଥିବା ବେଳେ ହଠାତ୍ ନିଆଁ ଲାଗିଥିଲା । ତେବେ ଚିକିତ୍ସା ପରେ ଏବେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.