Below header

ଭୁଲରେବି ଫିଙ୍ଗନ୍ତୁ ନାହିଁ ମକାର କେଶ, ଏହାକୁ ଖାଇବା ଦ୍ବାରା ମିଳିଥାଏ ଖୁବ୍ ଫାଇଦା

ବର୍ଷା ଦିନ ଆରମ୍ଭ ହୋଇସାରିଲାଣି ଆଉ ଯଦି ବର୍ଷା ମଝିରେ ତଟକା-ତଟକା ମକା ମିଳିଯାଏ ତେବେ ଆହୁରି ମଜା ବଢିଯାଇଥାଏ । ମକାକୁ ରାନ୍ଧିକି ଲୋକମାନେ ଖୁବ୍ ମଜାରେ ଖାଇଥାନ୍ତି । ବଜାରରେ ମଧ୍ୟ ରାସ୍ତା କଡରେ ବର୍ଷା ଦିନମାନଙ୍କରେ ମକା ସିଝା ମକା ପୋଡା ମିଳିଯାଏ । ପ୍ରତ୍ୟେକ ଲୋକ ମକାକୁ ଘରକୁ ଆଣିବା ପରେ ଏହାର କେଶକୁ ଫିଙ୍ଗି ଦେଇଥାନ୍ତି କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ମକା ଠାରୁ ବହୁତ ଅଧିକ ମକା କେଶ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ । ଆଜି ଆମେ ଆପଣଙ୍କୁ ମକାର କେଶରୁ ମିଳୁଥିବା ଫାଇଦା ବିଷୟରେ ଜଣାଇବୁ ।

Corn1

ଏହା ହେଉଛି ଫାଇଦା :

• ମକାର କେଶରେ ଏ ବି ସି କ୍ୟାଲସିୟମ ଏବଂ ଅନ୍ୟ ମିନେରାଲସ୍ ଅଧିକ ମାତ୍ରାରେ ରହିଛି । ଏହା ଆପଣଙ୍କ ଶରୀରକୁ ଭିତରୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ ।

• ମକାର କେଶ ଖାଇବା ଦ୍ବାରା ଶରୀରରେ ଥିବା ଟୋକ୍ଦି ଏବଂ ନାଇଟ୍ରେଟସକୁ ବାହାରକୁ କାଢି ଦେଇଥାଏ ଯାହା କିଡନି ଷ୍ଟୋନର ମୁଖ୍ୟ କାରଣ ହୋଇଥାଏ । ଏହାକୁ ଖାଇବା ଦ୍ବାରା କିଡନି ଷ୍ଟୋନ ହେବାର ଡର କମିଯାଇଥାଏ ।

• ମକାର କେଶ ଖାଇବା ଦ୍ବାରା ରକ୍ତରେ ଇଂସୁଲିନର ମାତ୍ରା ନିୟନ୍ତ୍ରିତ ରହିଥାଏ । ମଧୁମେହ ରୋଗୀଙ୍କ ପାଇଁ ଏହା କୌଣସି ବରଦାନଠୁ କମ୍ ନୁହେଁ ।

• ମକାର କେଶରେ ଥିବା ମଜଭୁତ ତତ୍ବ ରକ୍ତ ଜନିତ ହେଉଥିବା ଅନେକ ସଂକ୍ରମଣରୁ ରକ୍ଷା କରିଥାଏ । ରକ୍ତ ସଂକ୍ରମଣ ମହିଳାଙ୍କ ଅପେକ୍ଷା ପୁରଷମାନଙ୍କ ପାଖରେ ଅଧିକ ଦେଖିବାକୁ ମିଳିଥାଏ ତେଣୁ ପୁରୁଷଙ୍କୁ ଏହା ସେବନ କରିବା ଅଧିକ ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.