କାଲିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଲଢ଼େଇ, ବିଶ୍ବକପ୍ ପୂର୍ବରୁ ଟିମ୍ ଇଣ୍ଡିଆ ଖେଳିବ ଶେଷ ୱାନ୍ ଡେ ସିରିଜ୍

କାଲିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଲଢ଼େଇ । ବିଶ୍ବକପ୍ ପୂର୍ବରୁ ଭାରତ ଖେଳିବ ଶେଷ ୱାନ୍ ଡେ ସିରିଜ୍ । ଆସନ୍ତାକାଲି ପ୍ରଥମ ମ୍ୟାଚ ମୋହାଲିରେ ଖେଳାଯିବ ।ମୋଟ୍ ୩ଟି ମ୍ୟାଚ୍ ଖେଳାଯିବ । ଏହି ସିରିଜ ପାଇଁ ଭାରତ ଦୁଇଟି ଟିମ୍ ଘୋଷଣା କରିଛି । ଲୋକେଶ ରାହୁଲଙ୍କ ନେତୃତ୍ବରେ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଉପଅଧିନାୟକ ରହିବେ ରବୀନ୍ଦ୍ର ଜାଡେଜା ।

କାଲିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଲଢ଼େଇ । ବିଶ୍ବକପ୍ ପୂର୍ବରୁ ଭାରତ ଖେଳିବ ଶେଷ ୱାନ୍ ଡେ ସିରିଜ୍ । ଆସନ୍ତାକାଲି ପ୍ରଥମ ମ୍ୟାଚ ମୋହାଲିରେ ଖେଳାଯିବ । ଆଜି ଉଭୟ ଦଳ ପ୍ରାକ୍ଟିସ କରିବେ । ମୋଟ୍ ୩ଟି ମ୍ୟାଚ୍ ଖେଳାଯିବ । ଏହି ସିରିଜ ପାଇଁ ଭାରତ ଦୁଇଟି ଟିମ୍ ଘୋଷଣା କରିଛି । ଲୋକେଶ ରାହୁଲଙ୍କ ନେତୃତ୍ବରେ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଉପଅଧିନାୟକ ରହିବେ ରବୀନ୍ଦ୍ର ଜାଡେଜା । ଦୁଇଟି ମ୍ୟାଚରୁ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, କୁଳଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି । ସ୍କ୍ବାଡକୁ ଫେରିଛନ୍ତି ଭେଟରାନ ଅଫ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଋତୁରାଜ ଗାଏକୱାଡ୍ । ବ୍ୟାଟିଂ ଭାର ସମ୍ଭାଳିବେ ଋତୁରାଜଙ୍କ ସହ ଶୁଭମନ ଗିଲ୍ , ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ତୀଲକ ବର୍ମା, ଇଶାନ କିଶାନ ।

ସେହିପରି ଅଲରାଉଣ୍ଡର ଦାୟିତ୍ବରେ ରହିବେ ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର ଓ ସାର୍ଦ୍ଦୁଲ ଠାକୁର । ଦ୍ରୁତ ବୋଲିଂ ସମ୍ଭାଳିବେ ବୁମରାହ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା । ଶେଷ ଦିନିକିଆର ନେତୃତ୍ବ ନେବେ ରୋହିତ ଶର୍ମା। ବିଶ୍ବକପ୍ ଦଳରେ ସ୍ଥାନ ପାଇନଥିବା କିଛି ଖେଳାଳିଙ୍କୁ ପ୍ରସ୍ତୁତ କରି ରଖିବାକୁ ଚୟନ କମିଟି ଯୋଜନା କରିଛି । ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଜରିଆରେ ବହୁ ଖେଳାଳି ନିଜକୁ ପ୍ରସ୍ତୁତ କରିବାର ସୁଯୋଗ ପାଇବେ । ବିଶ୍ୱକପ ପୂର୍ବରୁ ଏହି ସିରିଜ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ସୁଦ୍ଧା ଭାରତ-ଅଷ୍ଟ୍ରେଲିଆ ମୋଟ୍ ୧୪୬ ଦିନିକିଆ ଖେଳିଛନ୍ତି । ଏଥିରୁ ଟିମ୍ ଇଣ୍ଡିଆ ୫୪ ଓ କଙ୍ଗାରୁ ଦଳ ଜିତିଛି ୮୨ ମ୍ୟାଚ୍ । ଘରୋଇ ପରିବେଶରେ ଭାରତ ୩୦, ଅଷ୍ଟ୍ରେଲିଆ ମାଟିରେ ୧୪ ଓ ନିରପେକ୍ଷ ଭେନ୍ୟୁରେ ୧୦ଟି ମ୍ୟାଚରେ ବିଜୟୀ ହୋଇଛି । ସେହିପରି ଅଷ୍ଟ୍ରେଲିଆ ଘରୋଇ ପରିବେଶରେ ୩୮, ଭାରତ ୩୨ଟି ଓ ନିରପେକ୍ଷ ଭେନ୍ୟୁରେ ଜିତିଛି ୧୨ଟି ମ୍ୟାଚ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.