ଏସୀୟ କ୍ରୀଡା: ପୁରୁଷ ହିକ ଦଳର ଦମଦାର ପ୍ରଦର୍ଶନ, ୧୨-୦ରେ ମ୍ୟାଚ ଜିତି ସେମିରେ ଭାରତ

ଏସୀୟ କ୍ରୀଡାରେ ଭାରତୀୟ ପୁରୁଷ ହିକ ଦଳ ଦମଦାର ପ୍ରଦର୍ଶନ ଜାରି ରଖିବା ସହ ପଞ୍ଚମ ବିଜୟ ହାସଲ କରିଛି । ଗତକାଲି ପୁଲ-ଏର ମ୍ୟାଚରେ ୧୨-୦ ଗୋଲରେ ବାଂଲାଦେଶକୁ ହରାଇଛି।  ଏହି ବିଜୟ ସହ ଭାରତ ସେମିଫାନାଲରେ ସ୍ଥାନ ପକ୍କା କରିଛି ।

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଭାରତୀୟ ପୁରୁଷ ହିକ ଦଳ ଦମଦାର ପ୍ରଦର୍ଶନ ଜାରି ରଖିବା ସହ ପଞ୍ଚମ ବିଜୟ ହାସଲ କରିଛି । ଗତକାଲି ପୁଲ-ଏର ମ୍ୟାଚରେ ୧୨-୦ ଗୋଲରେ ବାଂଲାଦେଶକୁ ହରାଇଛି। ଏହି ବିଜୟ ସହ ଭାରତ ସେମିଫାନାଲରେ ସ୍ଥାନ ପକ୍କା କରିଛି । ପୁଲ-ଏରେ ୫ ମ୍ୟାଚ ଖେଳି ୫ ବିଜୟ ସହ ୧୫ ପଏଣ୍ଟ ପାଇ ସର୍ବାଗ୍ରେ ରହିଛି । ୫ଟି ମ୍ୟାଚରେ ଭାରତ ୫୮ଟି ଗୋଲ ଦେଇଥିବା ବେଳେ ମାତ୍ର ୫ଟି ଗୋଲ ବରଣ କରିଛି । ହରମନପ୍ରୀତ ସିଂହଙ୍କ ନେତୃତ୍ବାଧିନ ଭାରତ ସେମିରେ ପୁଲ ବିର ୨ୟ ସ୍ଥାନ ହାସଲ କରିଥିବା ଦଳକୁ ଆସନ୍ତାକାଲି ଭେଟିବ ।

ଗତକାଲି ବିଶ୍ବ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ଭାରତ ଅପେକ୍ଷାକୃତ ଦୁର୍ବଳ ବାଂଲାଦେଶ ଉପରେ ଭାରିପଡିଥିଲା । ପ୍ରଥମ କ୍ବାର୍ଟରରେ ୪ଟି ସହ ପ୍ରଥମାର୍ଦ୍ଧରେ ଭାରତ ୬ଟି ଗୋଲ ଦେଇଥିଲା। ସେହିପରି ୩ୟ କ୍ବାର୍ଟରରେ ୨ ଏବଂ ଶେଷ କ୍ବାର୍ଟରରେ ୪ଟି ଗୋଲ ଦେଇ ୧୨-୦ ଗୋଲରେ ସହଜ ବିଜୟ ଲାଭ କରିଛି । ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ଓ ମନଦୀପ ସିଂହ ସର୍ବାଧିକ ୩ଟି ଲେଖାଏ ଗୋଲ ଦେଇ ହ୍ୟାଟ୍ରିକ କରିଥିଲେ । ଏସିୟ କ୍ରୀଡାର ପ୍ରଥମ ମ୍ୟାଚରେ ଭାରତ ଉଜବେକିସ୍ତାନକୁ ୧୬-୦ରେ ହରାଇଥିଲା । ସିଙ୍ଗାପୁରକୁ ୧୬-୧ , ଜାପାନକୁ ୪-୨, ପାକିସ୍ତାନକୁ ୧୦-୨ ଓ ବାଂଲାଦେଶକୁ ୧୨-୦ ଗୋଲରେ ହରାଇ ଅପରାଜେୟ ରହିଛି ଭାରତ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.