ଇସ୍ରୋର ମିଶନ ମଙ୍ଗଳଯାନ-୨, ଦୀର୍ଘ ୯ ବର୍ଷ ପରେ ପୁଣି ମଙ୍ଗଳ ଗ୍ରହର ଉନ୍ମୋଚନ କରିବ ରହସ୍ୟ

ଚନ୍ଦ୍ରଯାନ-୩ ଓ ଆଦିତ୍ୟ-ଏଲ୍-୧ ମିଶନର ସଫଳତା ପରେ ଇସ୍ରୋର ମଙ୍ଗଳଯାନ-୨। ୨୦୧୪ ମସିହାରେ ଇସ୍ରୋର ପ୍ରଥମ ମଙ୍ଗଳ ମିଶନ ସଫଲତାପୂର୍ବକ ଶେଷ ହୋଇଥିଲା । ୯ବର୍ଷ ପରେ ବଡ଼ ଉଦ୍ଦେଶ୍ୟ ଓ ରଣନୀତି ସହିତ ମଙ୍ଗଳଯାନ-୨ ମିଶନର ଯୋଜନା କରିଛି ଇସ୍ରୋ ।

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ ଓ ଆଦିତ୍ୟ-ଏଲ୍-୧ ମିଶନର ସଫଳତା ପରେ ଇସ୍ରୋର ମଙ୍ଗଳଯାନ-୨। ୨୦୧୪ ମସିହାରେ ଇସ୍ରୋର ପ୍ରଥମ ମଙ୍ଗଳ ମିଶନ ସଫଲତାପୂର୍ବକ ଶେଷ ହୋଇଥିଲା । ୯ବର୍ଷ ପରେ ବଡ଼ ଉଦ୍ଦେଶ୍ୟ ଓ ରଣନୀତି ସହିତ ମଙ୍ଗଳଯାନ-୨ ମିଶନର ଯୋଜନା କରିଛି ଇସ୍ରୋ । ମଙ୍ଗଳ କକ୍ଷରେ ପ୍ରବେଶ କରିବା ଥିଲା ମଙ୍ଗଳଯାନ-୧ ମିଶନର ଉଦ୍ଦେଶ୍ୟ । ଏବେ ମଙ୍ଗଳଯାନ-୨ ମିଶନ ଲାଲ୍ ଗ୍ରହରେ ନୂଆ ନୂଆ ଆବିଷ୍କାର କରିବ। ଇସ୍ରୋର ୨ୟ ମଙ୍ଗଳ ମିଶନର ନାମ ‘ମାର୍ସ ଅର୍ବିଟର ମିଶନ-୨’।

ଫିଜିକାଲ ରିସର୍ଚ୍ଚ ଲାବୋରେଟୋରି ରିପୋର୍ଟ ଅନୁସାରେ , ମଙ୍ଗଳଯାନ-୨ରେ ୪ଟି ପେଲୋଡ ସଂଲଗ୍ନ ହେବ , ଯାହା ଲାଲ୍ ଗ୍ରହ ମଙ୍ଗଳର ବାୟୁମଣ୍ଡଳ , ପରିବେଶ ଓ ଆନ୍ତଗ୍ରହୀୟ ଧୂଳିର ଅଧ୍ୟୟନ କରିବ। ଏହି ୪ଟି ପେଲୋଡରେ ରହିଛି ଗୋଟିଏ ମାର୍ସ ଅର୍ବିଟର ଡଷ୍ଟ ଏକ୍ସପେରିମେଣ୍ଟ, ଗୋଟିଏ ରେଡିଓ ଓକୁଲ୍ଟେନସନ ଏକ୍ସପେରିମେଣ୍ଟ, ଗୋଟିଏ ଏନର୍ଜେଟିକ୍ ସ୍ପେକ୍ଟ୍ରୋମିଟର ଓ ଏକ ଲାଙ୍ଗମୁଇର ପ୍ରୋବ ଆଣ୍ଡ ଇଲେକ୍ଟ୍ରିକ ଫିଲ୍ମ ଏକ୍ସପେରିମେଣ୍ଟ। ଭାରତ ପାଇଁ ମଙ୍ଗଳଯାନ-୨ ମିଶନ ଅନ୍ୟତମ ବଡ଼ ପ୍ରୋଜେକ୍ଟ ହେବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ୍ .ସୋମନାଥ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.