Below header

ଇଂଲଣ୍ଡକୁ ଘାଇଲା କଲେ ବୁମରା, ପ୍ରଥମ ଦିନିକିଆରେ ଅତି ସହଜରେ ଜିତିଲା ଟିମ୍‌ ଇଣ୍ଡିଆ

ଲଣ୍ଡନ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି କେନିଙ୍ଗଟନ୍‌ ଓଭାଲ ଠାରେ ଖେଳାଯାଇଛି ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ । ଏଥିରେ ପୂରା ହିରୋ ବନି ଯାଇଛନ୍ତି ପେସ୍‌ ବୋଲର ଯଶପ୍ରୀତ ବୁମରା । ମାତ୍ର ୧୯ ରନ୍‌ ଦେଇ ୬ ଓ୍ଵିକେଟ୍‌ ଦଖଲ କରିଛନ୍ତି । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ମାତ୍ର ୨୫.୨ ଓଭରରେ ୧୧୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା । ଏହାପରେ ଭାରତୀୟ ଦଳ କୌଣସି ଓ୍ଵିକେଟ୍‌ ନହରାଇ ୧୧୧ ରନ୍‌ର ଲକ୍ଷ୍ୟ ପାର କରି ଯାଇଥିଲା । ଓପ୍ନର ଶିଖର ଧବନ ଏବଂ ଅଧିନାୟକ ରୋହିତ ଶର୍ମା ଅପରାଜିତ ରହି ଦଳକୁ ୧୦ ଓ୍ଵିକେଟ୍‌ରେ ଜିତାଇ ଦେଇଛନ୍ତି ।

 

SCORE-1

SCORE-2

SCORE-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.