ଆଜିଠୁ ମାଞ୍ଚେଷ୍ଟରରେ ଖେଳାଯିବ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ

ଆଜିଠୁ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ । ମାଞ୍ଚେଷ୍ଟରରେ ଖେଳାଯିବ ଏହି ମ୍ୟାଚ୍‌ । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଜବରଦସ୍ତ ପ୍ରଦର୍ଶନ କରି ଇଂଲଣ୍ଡକୁ ୧୫୭ ରନରେ ହରାଇଥିଲା । ଫର୍ମରେ ନଥିବା ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ସୁର୍ଯ୍ୟକୁମାର ଯାଦବ ଖେଳି ପାରନ୍ତି । ସୁର୍ଯ୍ୟକୁମାର ଯାଦବ ଟି-୨୦ ବିଶ୍ୱକପ ଦଳରେ ସାମିଲ ହୋଇଥିବାରୁ ତାଙ୍କୁ ଖେଳାଇବା ସମ୍ଭାବନା ଅଧିକ ରହିଛି ।

ସେହିଭଳି ସ୍ପିନର ଆର ଅଶ୍ୱିନୀ ମଧ୍ୟ ଖେଳିବା ସମ୍ଭାବନା ଅଧିକ ରହିଛି । ମଞ୍ଚେଷ୍ଟରରେ ପ୍ରଥମ ଦୁଇ ଦିନ ବର୍ଷା ସମ୍ଭାବନା ରହିଛି । ତେଣୁ ସ୍ପିନରଙ୍କୁ ସୁହାଇବ ବୋଲି କୁହାଯାଉଛି । ମହମ୍ମଦ ସିରାଜଙ୍କୁ ଆଜି ବିଶ୍ରାମ ଦିଆଯାଇପାରେ । ତାଙ୍କ ସ୍ଥାନରେ ଫାଷ୍ଟ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ପ୍ଲେଇଁ ଇଲେଭେନରେ ସ୍ଥାନ ମିଳିପାରେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.