ଆଜି ପବିତ୍ର ଗଣେଶ ଚତୁର୍ଥୀ, କୋଭିଡ୍ କଟକଣାରେ ପୂଜା ପାଉଛନ୍ତି ଗଜାନନ

କେ ନ୍ୟୁଜ(ବ୍ୟୁରୋ): ଆଜି ପବିତ୍ର ଗଣେଶ ଚତୁର୍ଥୀ । ପୂଜା ପାଉଛନ୍ତି ବିଘ୍ନ ବିନାଶକ । କୋଭିଡ୍ କଟକଣାରେ ପୂଜା କରାଯାଉଛି ଗଜାନନଙ୍କୁ । ଘରେ ଓ ମଣ୍ଡପରେ ପୂଜା ପାଇଛନ୍ତି ବିଘ୍ନ ବିନାଶକ । ଜାକଜମକ ନୁହେଁ ନିରାଡମ୍ବର ଭାବେ ପୂଜା କରାଯାଉଛି । ମଣ୍ଡପ ନିକଟକୁ ଭକ୍ତଙ୍କୁ ବାରଣ କରାଯାଇଛି ।
ଗାଇଡଲାଇନ ମାନି ସହିଦ ନଗର ଉଇନର ଆସୋସିଏସନ୍ ତରଫରୁ ପୂଜା କରାଯାଉଛି । ସର୍ବାଧିକ ୨୦ଜଣଙ୍କୁ ନେଇ ଚାଲିିଛି ପୂଜାକାର୍ଯ୍ୟ । ମାସ୍କ ଓ ସାନିଟାଇଜେସନ୍ ବାଧ୍ୟତାମୂଳକ ରହିଛି । କରୋନା ପାଇଁ ଗତ ୨ବର୍ଷ ହେବ ଫିକା ପଡିଛି ସମସ୍ତ ପର୍ବପର୍ବାଣୀ ।