ଆଜିଠୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍‌, ସଫଳତା ଦୋହରାଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

କେନ୍ୟୁଜ୍(ବ୍ୟୁରୋ):  ଆଜିଠୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍‌ । ଟି-୨୦ର ସଫଳତାକୁ ଦିନିକିଆକୁ ଲମ୍ବାଇବା ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । ତିନିଟି ଦିନିକିଆ ମ୍ୟାଚ ଖେଳାଯିବ । ସିରିଜରେ ନଜରରେ ରହିବେ ବିରାଟ କୋହଲି ଓ ଶିଖର ଧାଓ୍ଵନ । କୋହିଲିଙ୍କ ଫର୍ମକୁ ନେଇ ଅନେକ ତର୍କ ବିତର୍କ ଚାଲିଥିବା ବେଳେ ବଡ଼ ସ୍କୋର ଆଶାରେ ଅଛନ୍ତି ଫ୍ୟାନ୍‌ । ହେଲେ ମାଂସପେଶୀରେ ଆଘାତ ପାଇଥିବାରୁ ସେ ପ୍ରଥମ ଦିନିକିଆରେ ଖେଳିବା ନେଇ ସନ୍ଦେହ ପ୍ରକାଶ ପାଇଛି ।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ ଲାଗି ଧାଓ୍ଵନଙ୍କୁ ଅଧିନାୟକ ମନୋନୀତ କରାଯାଇଛି । ଏଣୁ ସେ ତାଙ୍କ ଚମତ୍କାର ଫର୍ମ ବଜାୟ ରଖି ନିଜକୁ ପ୍ରସ୍ତୁତ ରଖିବେ ବୋଲି ଆଶା କରାଯାଉଛି । ସେହିଭଳି ଇଂଲଣ୍ଡର ନେତୃତ୍ୱ ନେଉଛନ୍ତି ଜୋସ୍‌ ବଟଲର । ଟିମରେ ଅଛନ୍ତି ଜୋ ରୁଟ୍‌, ବେନ୍‌ ଷ୍ଟୋକ୍ସ ଓ ଜନୀ ବେୟାରେଷ୍ଟୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.