Below header

ସାଫ୍‌ ୧୯ ବର୍ଷରୁ କମ୍‌ ମହିଳା ଫୁଟବଲ : ଫାଇନାଲରେ ବାଂଲାଦେଶକୁ ଭେଟିବ ଭାରତ

ଗୁରୁବାର ଦିନ ଟାଇଟଲ୍‌ ମ୍ୟାଚରେ ଆୟୋଜକ ବାଂଲାଦେଶକୁ ଭେଟିବ ଭାରତୀୟ ଦଳ।

ଢାକା : ଏଠାରେ ଚାଲିଥିବା ସାଫ୍‌ ୧୯ ବର୍ଷରୁ କମ୍‌ ମହିଳା ଫୁଟବଲ ଫାଇନାଲରେ ଭାରତୀୟ ଦଳ ପ୍ରବେଶ କରିଛି । ଗୁରୁବାର ଦିନ ଟାଇଟଲ୍‌ ମ୍ୟାଚରେ ଆୟୋଜକ ବାଂଲାଦେଶକୁ ଭେଟିବ ।

ଆଜି ରାଉଣ୍ଡ ରବିନ ମ୍ୟାଚରେ ଭାରତୀୟ ବାଳିକା ଦଳ ୪-୦ ଗୋଲରେ ନେପାଳକୁ ପରାସ୍ତ କରିଛି । ଦଳ ପକ୍ଷରୁ ନେହା ୨ଟି ଏବଂ ସୁଲଗ୍ନା ରାଉଲ ଓ ସିଣ୍ଡି ଆର. କଲୋନୀ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ । ଖେଳର ପ୍ରଥର୍ମାଦ୍ଧା ଗୋଲ୍‌ଶୂନ୍ୟ ରହିବା ପରେ ସବୁଯାକ ଗୋଲ ଦ୍ୱିତୀୟାର୍ଦ୍ଧରେ ହୋଇଥିଲା । ଏହି ବିଜୟୀ ଭାରତୀୟ ଦଳରେ ସହକାରୀ କୋଚ୍‌ ଅଛନ୍ତି ପୂର୍ବତନ ଅଧିନାୟିକା ତଥା ଓଡ଼ିଶାର ପୂର୍ବତନ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ।
ଗୁରୁବାର ଦିନ ଭାରତ ଓ ଗତଥର ଚାମ୍ପିଅନ୍‌ ବାଂଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.