ବୀରମିତ୍ରପୁରରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା, ରାହୁଲ ଗାନ୍ଧିଙ୍କୁ ଭବ୍ୟ ସ୍ବାଗତ

ଓଡ଼ିଶାରେ ରାହୁଲ ଗାନ୍ଧି । ଝାଡ଼ଖଣ୍ଡ ଦେଇ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା । ବୀରମିତ୍ରପୁରରେ ପହଞ୍ଚିଥିବା ପରେ ରାହୁଲ ଗାନ୍ଧିଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଦଳୀୟ ନେତା ଓ କର୍ମୀ । ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହାପରେ ବୀରମିତ୍ରପୁର ସଭାରେ ରାହୁଲ କହିଛନ୍ତି, ଭାରତକୁ ଯୋଡ଼ିବା ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ।

ଓଡ଼ିଶାକୁ ଆସି ବହୁତ ଭଲ ଲାଗୁଛି । ଘୃଣା ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଛନ୍ତି । ତିନି ଦିନ ଯାଏ ଓଡ଼ିଶାରେ ରହିବି ଓ ଲୋକଙ୍କ କଥା ଶୁଣିବି ବୋଲି କହିଛନ୍ତି ରାହୁଲ । ସଭାରେ ତାଙ୍କ ସହ ପିସିସି ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଦଳର ତୁଙ୍ଗ ନେତା ପ୍ରମୁଖ ଉପସ୍ଥିତ ଥିଲେ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.