Below header

ଟେଷ୍ଟ ର‍୍ୟାଙ୍କିଙ୍ଗରେ ୧ ନଂ ସ୍ଥାନ ହରାଇଲା ଭାରତ, ଶୀର୍ଷ ସ୍ଥାନରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତ ଶୀର୍ଷ ସ୍ଥାନ ହରାଇଛି। ପ୍ରକାଶିତ ଖବର ର‍୍ୟାଙ୍କିଙ୍ଗରେ ଭାରତ ତୃତୀୟ ସ୍ଥାନକୁ ଖସିଛି। ଭାରତକୁ ହଟାଇ ଅଷ୍ଟ୍ରେଲିଆ ୧ ନମ୍ବର ସ୍ଥାନ ଅଧିକାର କରିଛି। ୨୦୧୬ ଅକ୍ଟୋବର ପରଠାରୁ ଭାରତ ଶୀର୍ଷ ସ୍ଥାନରେ ରହିଆସୁଥିଲା।

asutrelia

୨୦୧୬-୧୭ରେ ଭାରତ ୧୨ଟି ଟେଷ୍ଟରେ ବିଜୟୀ ହୋଇଥିଲା ଓ ମାତ୍ର ଗୋଟିଏ ଟେଷ୍ଟରେ ପରାସ୍ତ ହୋଇଥିଲା। ତେବେ ଏବେ ପ୍ରକାଶିତ ଚାର୍ଟରୁ ଭାରତର ଏହି ରେକର୍ଡକୁ ବାଦ୍ ଦିଆଯାଇଛି। ଫଳରେ ଭାରତକୁ ଶୀର୍ଷ ସ୍ଥାନ ହରାଇବାକୁ ପଡିଛି ବୋଲି ଆଇସିସି ତରଫରୁ କୁହାଯାଇଛି। ଅନ୍ୟପଟେ ଅଷ୍ଟ୍ରେଲିଆ ଟେଷ୍ଟ ର‍୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିବା ସହ ଟି୨୦ ତାଲିକାରେ ପ୍ରଥମଥର ପାଇଁ ୧ ନମ୍ବର ସ୍ଥାନ ହାସଲ କରିଛି। ସେହିପରି ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଦିନିକିଆ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ରହିଛି। ଟେଷ୍ଟ ର‍୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆ ଏବେ ୧୧୬ ପଏଣ୍ଟ ହାସଲ କରି ଶୀର୍ଷରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୧୧୫ ପଏଣ୍ଟ ସହ ଦ୍ୱିତୀୟ ଓ ଭାରତ ୧୧୪ ପଏଣ୍ଟ ପାଇଁ ତୃତୀୟ ସ୍ଥାନରେ ରହିଛି।

ଦିନିକିଆ ଦଳୀୟ ର‍୍ୟାଙ୍କିଙ୍ଗରେ ଇଂଲଣ୍ଡ ୧୨୭ ପଏଣ୍ଟ ପାଇ ଶୀର୍ଷ ରହିଥିବା ବେଳେ ଭାରତ ୧୧୯ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ବିଶ୍ୱକପ୍ ରନର୍ସଅପ୍ ନ୍ୟୁଜିଲାଣ୍ଡ ୧୧୬ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ସେହିପରି ଟି୨୦ ର‍୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ହଟାଇ ୨୭୮ ପଏଣ୍ଟ ପାଇ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.