Below header

ଏସୀୟ କ୍ରୀଡ଼ାରେ ଭାରତ-ପାକ୍ ବନ୍ଧୁତ୍ବର ନମୂନା

ଏସୀୟ କ୍ରୀଡ଼ା ଜାଭେଲିନ୍ ଥ୍ରୋରେ ଭାରତର ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ଅନେକ ପ୍ରଶଂସା ଓ ପୁରସ୍କାର ବି ପାଇଛନ୍ତି । ହେଲେ ତାଠାରୁ ଅଧିକ ପ୍ରଶଂସା ପାଇଛନ୍ତି ସୋସିଆଲ ମିଡିଆରେ । କେବଳ ଗୋଟିଏ ଫଟୋ ପାଇଁ । ପଦକ ଗ୍ରହଣ ଉତ୍ସବରେ ସେ ପାକିସ୍ତାନ ପ୍ରତିଦ୍ବନ୍ଦ୍ବୀ ତଥା ବ୍ରୋଞ୍ଜ ପଦକ ଜିତିଥିବା ଅର୍ସଦ ନଦୀମଙ୍କ ସହ ହାତ ମିଳାଇଥିଲେ । ଯାହା ଦୁଇ ପାରମ୍ପରିକ ଶତ୍ରୁ ଦେଶ ମଧ୍ୟରେ ଏକ ବନ୍ଧୁତ୍ବର ବାର୍ତ୍ତା ଦେଇଥିଲା । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ସମେତ ଭାରତ ଓ ପାକିସ୍ତାନର ବହୁ ଲୋକ ସାଧୁବାଦ ଜଣାଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.