ପ୍ରଥମ ଟେଷ୍ଟ : ଦକ୍ଷିଣ ଆଫ୍ରିକାକୁ ୩୦୫ ରନ୍ର ଟାର୍ଗେଟ୍ ଦେଲା ଭାରତ

ସେଞ୍ଚୁରିଅନ୍ : ପ୍ରଥମ ପାଳିରେ ଯେଉଁ ଦମ୍ ଦେଖାଇ ଥିଲେ ଆଉ ଦ୍ୱିତୀୟ ପାଳିରେ ସେମିତି ହେଲା ନାହିଁ । ଭାରତୀୟ ଦଳ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ୧୭୪ ରନ୍ରେ ଅଲଆଉଟ୍ ହୋଇଗଲା । ତେବେ ଆଜିର ଓ୍ଵିକେଟ୍ ସୁଅ ଭିତରେ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ସାମନାରେ ରହିଲା ୩୦୫ ରନ୍ର ବିଜୟ ଲକ୍ଷ୍ୟ । ଏହାକୁ ଆଖିରେ ରଖି ଦକ୍ଷିଣ ଆଫ୍ରିକା ଦ୍ୱତୀୟ ଇନିଂସ୍ରେ ବ୍ୟାଟିଂ ଆରମ୍ଭ କରିଛି । ଆଜି ହେଉଛି ମ୍ୟାଚ୍ର ଚତୁର୍ଥ ଦିନ । ଏହି ପିଚ୍ରେ ଯେଭଳି ଭାବେ ଓ୍ଵିକେଟ୍ ପଡୁଛି ସେଥିରେ ଫଳାଫଳ ଭାରତ ସପକ୍ଷରେ ଯିବାର ଆଶା ରହିଛି । ଖାଲି ଟିକେ ବୋଲର ଓ ଫିଲଡର ସାଥ୍ ଦେଲେ ହେଲା ।
ଆଜି ଦକ୍ଷିଣ ଆଫ୍ରିକାକୁ ପ୍ରଥମ ପାଳିରେ ମାତ୍ର ୧୯୭ ରନ୍ରେ ଆଉଟ୍ କରିବା ପରେ ଭାରତ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିଲା । ହେଲେ ବର୍ଷା ପରେ ବଦଳି ଯାଇଥିବା ପିଚ୍ରେ କେହି ବି ବ୍ୟାଟର ଭଲ ସ୍କୋର କରି ପାରିନଥିଲେ । ଓ୍ଵିକେଟ୍ କିପର ଋଷଭ ପନ୍ତ କରିଥିଲେ ସର୍ବାଧିକ ୩୪ ରନ୍ । ତାହା ପୁଣି ସେ ଦିନିକିଆ ଷ୍ଟାଇଲ୍ରେ ଖେଳି । ୩୪ ବଲ୍ ଖେଳି ୬ଟି ଚୌକା ସହ ୩୪ ରନ୍ କରିଥିଲେ ।
ଓପ୍ନର କେ.ଏଲ୍ ରାହୁଲ ୨୩, ଅଜିଙ୍କ୍ୟ ରାହାଣେ ୨୦, ଅଧିନାୟକ ବିରାଟ କୋହଲି ୧୮ ରନ୍ କରି ଆଉଟ୍ ହୋଇଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ରାବଡ଼ା ଓ ମାର୍କୋ ଜେନସେନ ୪ଟି ଲେଖାଏଁ ଏବଂ ଏନଗିଡ଼ି ୨ଟି ଓ୍ଵିକେଟ୍ ନେଇଛନ୍ତି ।
ପୂର୍ବରୁ ମହମ୍ମଦ ସାମି ୪୪ ରନ୍ ଦେଇ ୫ଟି ଏବଂ ବୁମରା ଓ ଠାକୁର ୨ଟି ଲେଖାଏଁ ଓ୍ଵିକେଟ୍ ନେଇ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ୍କୁ ୧୯୭ରେ ଶେଷ କରି ଦେଇଥିଲେ । ବଭୁମା ସର୍ବାଧିକ ୫୨ ରନ୍ ସ୍କୋର କରିଥିଲେ ।