Below header

ରିଲେସନସିପ ଟିପ୍ସ : ସମ୍ପର୍କକୁ ଯଦି ମଧୁର ରଖିବାକୁ ଚାହୁଁଛନ୍ତି, ନୂଆ ବର୍ଷରୁ ଛାଡନ୍ତୁ ଏହି ଅଭ୍ୟାସକୁ

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ୨ ଦିନ ବାକି ଅଛି । ନୂଆ ବର୍ଷରୁ ସମସ୍ତେ କିଛି ନା କିଛି ନୂଆ ନିଷ୍ପତ୍ତି ନେଇଥାନ୍ତି । ଯଦ୍ୱାରା ଆଗାମୀ ବର୍ଷ ଯେପରି ଭଲରେ କଟିବ । କ୍ୟାରିଅର ଭଳି ଆପଣ ନିଜ ସମ୍ପର୍କରେ ମଧ୍ୟ କିଛି ନିୟମ ପରିବର୍ତ୍ତନ କରିବା ଉଚିତ । ଏହା ଫଳରେ ଆଗାମୀ ଦିନରେ ଆପଣଙ୍କ ସମ୍ପର୍କରେ ମଧୂରତା ଆସିବ । ସମ୍ପର୍କକୁ ସୁନ୍ଦର କରିବା ପାଇଁ କେଉଁ ୪ଟି ଅଭ୍ୟାସ ବଦଳାଇବା ଜରୁରୀ ଆସନ୍ତୁ ଜାଣିବା ।

ଅନ୍ୟ ସହ ତୁଳନା : ଆପଣ କ’ଣ ପ୍ରତି କଥାରେ ଆପଣଙ୍କ ପାର୍ଟନରଙ୍କ ତୁଳନା ଅନ୍ୟ ସହ କରୁଛନ୍ତି । ଯଦି କରୁଛନ୍ତି ତେବେ ଏହି ଆଦତକୁ ନୂଆ ବର୍ଷରୁ ଛାଡ଼ି ଦିଅନ୍ତୁ । ଆପଣଙ୍କ ପାର୍ଟନରଙ୍କୁ ସମ୍ମାନ ଦିଅନ୍ତୁ ଓ ତାଙ୍କ କାମକୁ ପ୍ରଶଂସା କରନ୍ତୁ ।

ଅଣଦେଖା କରନ୍ତୁ ନାହିଁ : ଯଦି ଆପଣ ପାର୍ଟନରଙ୍କୁ ଅଣଦେଖା କରୁଛନ୍ତି ତେବେ ତୁରନ୍ତ ଏହି ଆଦତକୁ ନୂଆ ବର୍ଷରୁ ଛାଡ଼ି ଦିଅନ୍ତୁ । ଆପଣ ନିଜକୁ ଯେତିକି ଗୁରୁତ୍ୱ ଦେଉଛନ୍ତି ସେପରି ନିଜ ପାର୍ଟନରଙ୍କୁ ମଧ୍ୟ ଗୁରୁତ୍ୱ ଦିଅନ୍ତୁ ।

ମନରେ କଥା ରଖିବା : ଯଦି ଆପଣ କିଛି କଥାକୁ ନକହି ସମ୍ପର୍କ ଖରାପ ହେବା ଭୟରେ ମନରେ ରଖୁଛନ୍ତି । ତେବେ ଏହି ଆଦତକୁ ନୂଆ ବର୍ଷରୁ ଛାଡ଼ି ଦିଅନ୍ତୁ । କଥାକୁ ପେଟରେ ନରଖି ଧୈର୍ଯ୍ୟର ସହ ଆଲୋଚନା କରନ୍ତୁ ଓ ପାର୍ଟନରଙ୍କ କଥାକୁ ଶୁଣନ୍ତୁ । ଏହାଦ୍ୱାରା ଭୁଲ ବୁଝାମଣାରେ ପରିବର୍ତ୍ତନ ହେବା ସହ ସମ୍ପର୍କରେ ମଧୁରତା ଆସିବ ।

ପରିବାର ସମ୍ପର୍କରେ ନେଗେଟିଭ କଥା କହିବା : ଯଦି ଆପଣଙ୍କ ଆଦତ ରହିଛି କି ପ୍ରତି କଥାରେ ପରିବାର ଲୋକଙ୍କୁ ଟାଣିବା କିମ୍ବା ପରିବାର ଲୋକଙ୍କ ନେଗେଟିଭ ସ୍ୱଭାବ କାଢ଼ିବା ତେବେ ଏହି ଅଭ୍ୟାସକୁ ନୂଆବର୍ଷରୁ ବଦଳାନ୍ତୁ । ଯଦି ସର୍ବଦା ଏପରି କରୁଛନ୍ତି ତେବେ ପାର୍ଟନରଙ୍କର ଆପଣଙ୍କ ଉପରୁ ସମ୍ମାନବୋଧ କମିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.