ପୁଣି ଅର୍ଜୁନ କପୁରଙ୍କୁ କରୋନା, ଜନ୍ମଦିନରେ ଭଉଣୀ ଅଂଶୁଲା ବି ହେଲେ ସଂକ୍ରମିତ; ମଲାଇକାଙ୍କର ହେବ ଟେଷ୍ଟ

କରୋନା ସଂକ୍ରମଣ ବଲିଉଡ ପର୍ଯ୍ୟନ୍ତ ପହଞ୍ଚି ଗଲାଣି। ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ ଅଂଶୁଲା କରୋନା ପଜିଟିଭ୍ ବାହାରିଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ଦୁଇଜଣ କ୍ୱାରେଣ୍ଟାଇନ ହୋଇ ଯାଇଛନ୍ତି ଏବଂ ସେମାନେ ନିଜ ସମ୍ପର୍କରେ ଆସିଥିବା ଲୋକଙ୍କୁ ପରୀକ୍ଷା କରେଇବାକୁ ଅନୁରୋଧ କରିଛନ୍ତି।
ନିକଟରେ ଅର୍ଜୁନ କପୁର ନିଜର ଗର୍ଲଫ୍ରେଣ୍ଡ ମଲାଇକା ଆରୋରାଙ୍କ ଘରକୁ ଖ୍ରୀଷ୍ଟମାସ ପାର୍ଟି ପାଳନ କରିବାକୁ ଯାଇଥିଲେ। ଏହି ପାର୍ଟିରେ ମଲାଇକାଙ୍କ ଭଉଣୀ ଅମୃତା ଆରୋରା ମଧ୍ୟ ସାମିଲ ଥିଲେ। ମଲାଇକାଙ୍କ ବ୍ୟତୀତ ତାଙ୍କ ବିଏଫ୍ଏଫ୍ କରିସ୍ମା କପୁରଙ୍କ ଘରେ ମଧ୍ୟ ଖ୍ରୀଷ୍ଟମାସ ପାର୍ଟିର ଏକ ବଡ଼ ଉତ୍ସବ ଆୟୋଜନ କରାଯାଇଥିଲା। ଅର୍ଜୁନ ଓ ମଲାଇକା ଏହି ପାର୍ଟିରେ ଏକାଠି ନଜର ଆସିଥିଲେ। ପାର୍ଟିରେ କରୀନା କପୁର ମଧ୍ୟ ପରିବାର ସହିତ ପହଞ୍ଚିଥିଲେ। ଖ୍ରୀଷ୍ଟମାସର କିଛି ଦିନ ପୂର୍ବରୁ ହିଁ ଉଭୟ କରୀନା ଓ ଅମୃତା କରୋନା ନେଗେଟିଭ୍ ଆସିଥିଲେ। ଏମିତିରେ ଅନୁମାନ କରାଯାଉଛି କି, ଅର୍ଜୁନ ପାର୍ଟିରୁ ହିଁ ସଂକ୍ରମିତ ହୋଇଛନ୍ତି।
ଅନ୍ୟପକ୍ଷରେ ରିୟା କପୁର ଓ କରଣ ବୁଲାନି ମଧ୍ୟ କରୋନା କବଳକୁ ଆସିଛନ୍ତି। ଯେତେବେଳେ କରୀନା ଓ ଅମୃତା କରୋନା ପଜିଟିଭ୍ ହେବାର ଖବର ଆସିଥିଲା, ସେତେବେଳେ ରିୟା କପୁରଙ୍କ ନାମ ଚର୍ଚ୍ଚାରେ ଥିଲା। ବାସ୍ତବରେ, ରିୟା ନିଜ ଘରେ ଏକ ଗେଟ୍ ଟୁଗେଦର ପାର୍ଟି ରଖିଥିଲେ, ଯାହା ପରେ ସେଲିବ୍ରିଟିମାନେ କରୋନା ସଂକ୍ରମିତ ହେବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହି ସମୟରେ ରିୟା ନିଜର ପରୀକ୍ଷା କରେଇଥିଲେ ଏବଂ ସେ ନେଗେଟିଭ୍ ଆସିଥିଲେ। ମଲାଇକା ମଧ୍ୟ ନିଜର ଟେଷ୍ଟ କରାଇଥିଲେ। ତେବେ ଗତ ଥର କରୋନା କବଳରୁ ଖସି ଯାଇଥିବା ରିୟା ଏଥର କିନ୍ତୁ କରୋନାରୁ ରକ୍ଷା ପାଇପାରି ନାହାନ୍ତି।
ଏପଟେ ଅର୍ଜୁନ ଦ୍ୱିତୀୟ ଥର ପାଇଁ କରୋନା ପଜିଟିଭ୍ ବାହାରିଛନ୍ତି। ସେ ଗତ ବର୍ଷ ସେପ୍ଟେମ୍ବରରେ କରୋନା ପଜିଟିଭ୍ ବାହାରିଥିଲେ। ସେହି ସମୟରେ ଅଭିନେତା ଅଫିସିଆଲ ବୟାନ ଜାରି କରି କରୋନା ସହ ତାଙ୍କ ଲଢ଼େଇ ବିଷୟରେ ସୂଚନା ଦେଇଥିଲେ। ଅନ୍ୟ ପକ୍ଷରେ ଅଂଶୁଲା ୨୯ ଡିସେମ୍ବର ଅର୍ଥାତ୍ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି ଏବଂ ଏହି ଦିନ ହିଁ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏଭଳି ସ୍ଥିତିରେ ଏଥର ଅଂଶୁଲାଙ୍କୁ ପରିବାର ବିନା ଏକାକୀ ନିଜ ଜନ୍ମଦିନ ପାଳନ କରିବାକୁ ପଡିବ।
View this post on Instagram