ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ; ୩୩୭ରେ ଅଲଆଉଟ ହେଲା ଟିମ୍ ଇଣ୍ଡିଆ, ଇଂଲଣ୍ଡ ଦ୍ବିତୀୟ ଇନିଂସ ଆରମ୍ଭ

ଚେନ୍ନାଇରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୫୭୮ ରନର ପିଛା କରି ଭାରତ ୩୩୭ ରନରେ ଅଲଆଉଟ୍ ହୋଇଯାଇଛି । ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବିରାଟ ବାହିନୀ ୨୪୧ ରନ୍ ପଛରେ ରହିଛି । ଆଜି ଚତୁର୍ଥ ଦିନର ପ୍ରଥମ ପର୍ଯ୍ଯାୟ ଖେଳ ସରିବା ପରେ ଇଂଲଣ୍ଡର ଦ୍ବିତୀୟ ଇନିଂସ ଆରମ୍ଭ ହୋଇଛି। ଇଂଲଣ୍ଡର ସ୍କୋର ୧/୧ ରହିଛି।

ଇଂଲଣ୍ଡର ବିଶାଳ ୫୭୮ ରନ୍କୁ ପିଛା କାରିବାକୁ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଦଳ ପକ୍ଷରୁ ଓପନର ରୋହିତ ଶର୍ମା ଏବଂ ଶୁଭମନ୍ ଗିଲ ନିରାଶ କରିଥିଲେ । ରୋହିତ ଶର୍ମା ୬ ରନ୍ କରି ଜୋଫ୍ରା ଆର୍ଚରଙ୍କ ବଲରେ ଜୋସ୍ ବଟଲରଙ୍କ ହାତରେ କ୍ୟାଚ୍ ଆଉଟ ହୋଇଥିଲେ । ଅନ୍ୟତମ ଓପନର ଶୁଭମାନ ଗିଲ (୨୯) ଭଲ ଆରମ୍ଭ କରିଥିଲେ ବଡ ସ୍କୋର କରିବାକୁ ସକ୍ଷମ ହୋଇପାରିନଥିଲେ । କୋହଲି ମାତ୍ର ୧୧ ରନ୍ କରି ବେସଙ୍କ ଶିକାର ହୋଇଥିଲେ । ଏହାପରେ ଋଷଭ ପନ୍ତ କ୍ରିଜ୍ରେ ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ ସୁଦ୍ଧା ତାହାକୁ ଶତକରେ ବଦଳାଇପାରିନଥିଲେ । ପନ୍ତ ୯୧ ରନ୍ କରି ଆଉଟ ହୋଇଥିଲେ । ପୂଜାରା ୧୪୩ ବଲ ଖେଳି ୧୧ଟି ଚୌକା ସହାୟତାରେ ୭୩ ରନ୍ କରିଥିବା ବେଳେ ଡୋମ୍ ବେସଙ୍କ ଶିକାର ହୋଇଥିଲେ । ତେବେ ଓ୍ୱାଶିଂଟନ ସୁନ୍ଦର ଏକାକି ଲଢେଇ ଜାରି ରଖିଥିଲେ ।

ଇଂଲଣ୍ଡ ପକ୍ଷରୁ ଡି ବେସ୍ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଜେମ୍ସ ଆଣ୍ଡରସନ୍, ଜୋଫ୍ରା ଆର୍ଚର ଏବଂ ଜେ ଲେଚ୍ ୨ଟି ଲେଖାଏଁ ଉଇକେଟ୍ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.