ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ , ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

କେନ୍ୟୁଜ୍ : ମାଉଣ୍ଟ ମାଉଙ୍ଗାନୁଇରେ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ପ୍ରଥମ ମ୍ୟାଚ୍‌ ଜିତିଥିବାରୁ ଦୃଢ଼ ମନୋବଳ ସହ ମୈଦନାକୁ ଓହ୍ଲାଇଛି ମେନ୍‌ ଇନ୍‌ ବ୍ଲୁ । ରେକର୍ଡ କହୁଛି, ମାଉଣ୍ଟ ମାଉଙ୍ଗନୁଇ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ। ବଡ଼ ସ୍କୋର ବି ହୁଏ। ୨୦୧୪ ପରଠୁ ଏଠାରେ ମୋଟ୍‌ ୭ଟି ମ୍ୟାଚ୍‌ ଖେଳାଯାଇଛି । ଭାରତ ଏଠାରେ ପ୍ରଥମ ଥର ମ୍ୟାଚ୍‌ ଖେଳିବ।

rohitସେହିପରି ନ୍ୟୁଜିଲାଣ୍ଡ ଖେଳାଥିବା ୬ଟି ମ୍ୟାଚରୁ ୩ଟିରେ ଜିତିଛି। ଏଠାରେ ସର୍ବାଧିକ ୩୭୧ ରନ୍‌ ସ୍କୋର ବି ହୋଇଛି। ପ୍ରଥମ ମ୍ୟାଚରେ ଭାରତୀୟ ସ୍ପିନରଙ୍କ ଆଗରେ ଆଣ୍ଠେଇ ପଡ଼ିଥିଲା ଘରୋଇ ଦଳ। ତେଣୁ ଦ୍ୱିତୀୟ ଦିନିକିଆରେ ବି ଘରୋଇ ଦଳ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିବ ଟିମ୍‌ ଇଣ୍ଡିଆ। ସେପଟେ ନ୍ୟୁଜିଲାଣ୍ଡ ବି ବିଜୟ ଧାରାକୁ ଫେରିବା ପାଇଁ ଜୋରଦାର ଉଦ୍ୟମ କରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.