ଭାରତକୁ ବିଶ୍ୱରେ ସମ୍ମାନର ସହ ସମସ୍ତେ ଦେଖୁଛନ୍ତି : ରାଷ୍ଟ୍ରପତି

ଦିଲ୍ଲୀ(କେନ୍ୟୁଜ୍) :  ଦେଶର ସମ୍ବଳ ଉପରେ ସମସ୍ତଙ୍କ ଅଧିକାର ରହିଛି । ୭୦ ତମ ସାଧାରଣତନ୍ତ୍ର ଦିବସର ଅବ୍ୟାହତି ପୂର୍ବରୁ ଦେଶବାସୀଙ୍କୁ ଦେଇଥିବା ସମ୍ବୋଧନରେ ଏଭଳି ମନ୍ତବ୍ୟ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସବୁ ନାଗରିକ ପାଇଁ ସ୍ୱତନ୍ତ୍ରତା, ସମାନତା ଓ ଭାଇଚାରାର ଆଦର୍ଶ ପ୍ରତି ଆସ୍ଥାକୁ ପୁନାରାବୃତ୍ତି କରିବାର ସମୟ ଆସିଛି ବୋଲି କୋବିନ୍ଦ କହିଛନ୍ତି । ଦେଶ ବିକାଶ ପଥରେ ଗତି କରୁଛି । ଗରିବ ପ୍ରତିଭାବାନ ଶିକ୍ଷାର୍ଥୀଙ୍କୁ ସୁଯୋଗ ମିଳିଛି । ସମ୍ବିଧାନ ସଂଶୋଧନ କରାଯାଇ ସଂରକ୍ଷଣ ଦିଆଯାଇଛି । ସମସ୍ତଙ୍କୁ ସ୍ୱାସ୍ଥ୍ୟ, ବିଜୁଳି, ପାଣି ଯୋଗାଇ ଦିଆଯାଇଛି । ଭାରତକୁ ବିଶ୍ୱରେ ସମ୍ମାନର ସହ ସମସ୍ତେ ଦେଖୁଛନ୍ତି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.