ଚମତ୍କାର ପ୍ରଦର୍ଶନ କଲେ ମହିଳା କ୍ରିକେଟର, ପାକିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ : ମହିଳା କ୍ରିକେଟ୍ ବିଶ୍ୱକପରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ । ପାକିସ୍ତାକୁ ବିରୁଦ୍ଧରେ ଚମତ୍କାର ପ୍ରଦର୍ଶନ କଲା ଭାରତ। ପାକିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଭାରତ । ରାଜେଶ୍ୱରୀ ଗାଏକ୍ୱାଡ୍ଙ୍କୁ ସର୍ବାଧିକ ୪ଟି ଓ୍ଵିକେଟ୍ । ପାକିସ୍ତାନ ଆଗରେ ୨୪୫ ରନରେ ଟାର୍ଗେଟ ରଖିଥିଲା ଭାରତ । ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ ୭ ଓ୍ଵିକେଟ ହରାଇ କରିଛି ୨୪୪ ରନ୍ । ସ୍ମୃତି ମନ୍ଧାନା ୫୨ ରନ୍ କରି ଆଉଟ ହୋଇଥିଲେ । ସ୍ନେହ ରାଣା ଓ ପି ବସ୍ତ୍ରକାରଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ସ୍ନେହା ୫୩ ରନ୍ ଓ ପୂଜା ବସ୍ତ୍ରକାର ୬୭ ରନ୍ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.