ଆଜି ଖେଳାଯିବ ଭାରତ- ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ, ମ୍ୟାଚ୍ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ୱେଷ୍ଟଇଣ୍ଡିଜ୍
ଟେଷ୍ଟ ସିରିଜ ଜିତିବା ପରେ ଦିନିକିଆ ସିରିଜ ଉପରେ କବଜା କରିବା ଲକ୍ଷ୍ୟ ଆଜି ମଇଦାନକୁ ଓହ୍ଲାଇବ ଭାରତ । ସେପଟେ ଟେଷ୍ଟ ସିରିଜ ହାରିବାର ପ୍ରତିଶୋଧ ନେବା ଲକ୍ଷ୍ୟରେ ଖେଳିବ ୱେଷ୍ଟଇଣ୍ଡିଜ୍ । ଆଜି ସନ୍ଧ୍ୟା ୭ଟାରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ ।
ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ । ଭାରତୀୟ ସମୟ ଅନୁସାରେ ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ । ଦିନିକିଆ ସିରିଜର ପ୍ରଥମ ଦୁଇ ମ୍ୟାଚ୍ ବାର୍ବାଡୋସରେ ଏବଂ ଶେଷ ମ୍ୟାଚ୍ ତ୍ରିନିଦାଦରେ ଖେଳାଯିବ। ଟେଷ୍ଟ ସିରିଜ ଭାରତ ଜିତିସାରିଥିବା ବେଳେ ଦିନିକିଆ ସିରିଜ ଉପରେ ନଜର ରଖିଛି । ଏପଟେ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ ହାରିବା ପରେ ଦିନିକିଆ ଜିତିବାକୁ ଲକ୍ଷ୍ୟ ରଖିଛି ।
ୱେଷ୍ଟଇଣ୍ଡିଜ୍ ବିଶ୍ଵକପ୍ ପାଇଁ ଯୋଗ୍ୟତା ଅର୍ଜନ କରିନାହିଁ । ଉଭୟ ଦଳଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଶୃଙ୍ଖଳାରେ ୨୦୦୬ ମସିହା ପରଠୁ ଭାରତ କେବେ ବି ପରାଜିତ ହୋଇନଥିବାରୁ ରୋହିତ ଶର୍ମାଙ୍କ ଦଳ ଏହି ଧାରା ବଜାୟ ରଖିବାକୁ ଚାହିଁବ ।
ଏହି ସିରିଜ ଜରିଆରେ ବିଶ୍ବକପକୁ ଦୃଷ୍ଟିରେ ରଖି ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, ସଞ୍ଜୁ ସାମସନ୍ ଓ ୟୁଝବେନ୍ଦ୍ର ଚହଲଙ୍କ ପ୍ରଦର୍ଶନ ଉପରେ ଅଧିକ ନଜର ରହିବ। ଦୁଇଟି ଯାକ ଟିମ୍ ଏପର୍ଯ୍ୟନ୍ତ ୧୩୯ ଦିନିକିଆ ମ୍ୟାଚ୍ ଖେଳିସାରିଲେଣି । ସେଥିରୁ ୱେଷ୍ଟଇଣ୍ଡିଜ୍ ୬୩ଟି ଏବଂ ଭାରତ ୭୦ଟି ମ୍ୟାଚ୍ ଜିତିସାରିଛି । ଦୁଇଟି ମ୍ୟାଚ୍ ଡ୍ର ଏବଂ୪ ମ୍ୟାଚ୍ ଟାଇ ହୋଇ ରହିଛି ।
ଇଣ୍ଡିଆ : ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ସଞ୍ଜୁ ସାମସନ୍, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଶାର୍ଦୁଳ ଠାକୁର, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ।
ୱେଷ୍ଟଇଣ୍ଡିଜ୍ : ବ୍ରାଣ୍ଡନ କିଙ୍ଗ୍, କାଇଲ୍ ମେୟର୍ସ, ଅଲିକ୍ ଅଥାନାଜ୍, ସାଇ ହୋପ୍ (ଅଧିନାୟକ), ସିମ୍ରନ ହେଟମେୟର, ରୋଭମାନ ପାୱେଲ, ରୋମାରିଓ ସେଫର୍ଡ, ଅଲଜାରି ଯୋସେଫ୍, କେଭିନ୍ ସିନକ୍ଲେର, ଗୁଦାକେଶ ମୋତି, ଓସାନେ ଥୋମାସ୍।