ବାରହା ଫାଶ ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ବାରାହା ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ। ମୃତ ଯୁବକ ଜଣକ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସେମଲିଆ ଗ୍ରାମ ଛବିଳ ସା ବୋଲି ଜଣାପଡିଛି ।

ଝାରସୁଗୁଡା (କେନ୍ୟୁଜ): ବାରାହା ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ। ମୃତ ଯୁବକ ଜଣକ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସେମଲିଆ ଗ୍ରାମ ଛବିଳ ସା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଛବିଳ ଆଜି ସକାଳୁ ସେମଲିଆ ଗାଁର ମୁଣ୍ଡା ପୋଖରୀକୁ ଗାଧେଇବା ପାଇଁ ଯାଇଥିଲେ। ଏହି ସମୟରେ ପୋଖରୀ ରାସ୍ତା ନିକଟରେ ଏକ ବିଲରେ ବାରାହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲାl ଖବର ପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି। ତେବେ ବାରାହା ଶିକାର କରିବା ପାଇଁ ଏହି ବିଦ୍ୟୁତ ତାର କିଏ ବିଛେଇ ଥିଲେ ସେନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ।