କାହିଁକି ସିଧା ନଯାଇ କକ୍ଷ ପଥରେ ଘୁରୁଛି ଚନ୍ଦ୍ରଯାନ ୩?

ଚନ୍ଦ୍ରଯାନ ୩ । ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ମହାକାଶ ଯାନ। ଏବେ ବି ବୁଲୁଛି କକ୍ଷ ପଥରେ..କିନ୍ତୁ ସିଧା ନଯାଇ କାହିଁକି ଘୁରୁଛି ଚନ୍ଦ୍ରଯାନ ୩? ସପ୍ତାହ ମଧ୍ୟରେ ଚନ୍ଦ୍ରରେ ପହଞ୍ଚିଥାନ୍ତା ଚନ୍ଦ୍ରଯାନ ୩, କିନ୍ତୁ କକ୍ଷ ପଥରେ ବୁଲିବା କାରଣରୁ ବିଳମ୍ବ ହେଉଛି କି? ୪୨ ଦିନ ସମୟ ଲାଗିବା ପଛରେ କାରଣ କଣ ରହିଛି, ଜାଣନ୍ତୁ ଏହାକୁ ନେଇ କଣ ରହିଛି କାରଣ..

ଚନ୍ଦ୍ରଯାନ ୩ । ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ମହାକାଶ ଯାନ। ଏବେ ବି ବୁଲୁଛି କକ୍ଷ ପଥରେ..କିନ୍ତୁ ସିଧା ନଯାଇ କାହିଁକି ଘୁରୁଛି ଚନ୍ଦ୍ରଯାନ ୩? ସପ୍ତାହ ମଧ୍ୟରେ ଚନ୍ଦ୍ରରେ ପହଞ୍ଚିଥାନ୍ତା ଚନ୍ଦ୍ରଯାନ ୩, କିନ୍ତୁ କକ୍ଷ ପଥରେ ବୁଲିବା କାରଣରୁ ବିଳମ୍ବ ହେଉଛି କି? ୪୨ ଦିନ ସମୟ ଲାଗିବା ପଛରେ କାରଣ କଣ ରହିଛି, ଜାଣନ୍ତୁ ଏହାକୁ ନେଇ କଣ ରହିଛି କାରଣ..

ସୂଚନା ଅନୁସାରେ ୪ ଦିନରେ ଚନ୍ଦ୍ର ପୃଷ୍ଠରେ ଏହି ରକେଟ ପହଞ୍ଚିଥାନ୍ତା। କିନ୍ତୁ ଏବେ କୁହାଯାଉଛି ଏହାକୁ ପହଞ୍ଚିବାକୁ ଆହୁରି ୪୨ ଦିନ ବାକି ଲାଗିବ। ଯାହାକୁ ନେଇ ଏବେ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି। ଆଗରୁ ଆମେରିକା ଓ ଋଷ ନିଜ ଅନ୍ତରୀକ୍ଷ ଯାନକୁ ଖୁବ କମ ସମୟରେ ପଠାଇଥିବା ବେଳେ ଏବେ ଭାରତର ଅନ୍ତରୀକ୍ଷ ଯାନ ଉପରେ ଥିଲା ସମସ୍ତଙ୍କ ନଜର। କିନ୍ତୁ ଏବେ ଭାରତର ଏହି ଯାନ ୪୨ ଦିନ ବିଳମ୍ବକୁ ନେଇ ପ୍ରଶ୍ନ ଉଠୁଛି।

ଆମେ ଦେଖୁଥିବା ଚନ୍ଦ୍ର ପୃଥିବୀ ଠାରୁ ୩ ଲକ୍ଷ ୮୩ ହଜାର କିଲୋମିଟର ଦୂରରେ ରହିଛି। ଏଠାକୁ ପହଞ୍ଚିବାକୁ ଯେକୌଣସି ମହାକାଶ ଯାନକୁ ୪ ରୁ ୫ ଦିନ ଲାଗେ। ଅତି ବେଶିରେ ସପ୍ତାହ ସମୟ ଲାଗେ। କିନ୍ତୁ ଏହି ଚନ୍ଦ୍ରଯାନ -୩ କୁ ୪୨ ଦିନ ଲାଗିବା ପଛରେ କାରଣ କଣ ଅଛି ଜାଣନ୍ତୁ.. କଣ ଏହା ଅନ୍ୟ ସମସ୍ତଙ୍କଠୁ ଅଲଗା କି ? ବାରମ୍ବାର ଏହା ନିଜ କକ୍ଷ ପଥରେ ବୁଲୁଛି କଣ ପାଇଁ..

ତେବେ ଦର୍ଶକବନ୍ଧୁ ଏପରି ଆଦୈା ନୁହେଁ ଯେ ଭାରତ ମହାକାଶ ଯାନକୁ ଭୁଲ ଉପାୟରେ ପଠାଇଛି । ଏଥିପାଇଁ କାରଣ ରହିଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଜଣାପଡ଼ିଥିବା ରିପୋର୍ଟ ଅନୁସାରେ ପ୍ରଥମରେ ଚନ୍ଦ୍ରଯାନକୁ କକ୍ଷ ପଥରେ ବୁଲାଇ ବୁଲାଇ ଚନ୍ଦ୍ରକୁ ନେବାଦ୍ୱାରା ଏହା ବ୍ୟୟସାପେକ୍ଷ ହେବ। ଏହା ପ୍ରଥମେ ପୃଥିବୀର କକ୍ଷ ଚାରିପାଖେ ବୁଲିବ ଏହା ପରେ ଚନ୍ଦ୍ରର କକ୍ଷ ପଥରେ ବୁଲି ଚନ୍ଦ୍ର ପୃଷ୍ଠରେ ପହଞ୍ଚିବ। ନାସା ତୁଳନାରେ ଇସ୍ରୋର ଏହି ଖାସ ପ୍ରୋଜେକ୍ଟ ପାଇଁ କମ ଖର୍ଚ୍ଚ ହୋଇଛି।

ଏହାବ୍ୟତିତ ଇସ୍ରୋରେ ନାସା ଭଳି ଶକ୍ତିଶାଳୀ ରକେଟ ନାହିଁ। ଯାହା ତାକୁ ସିଧାସଳଖ ଚନ୍ଦ୍ରକୁ ପହଞ୍ଚାଇବ। ଏଭଳି ରକେଟ ତିଆରି ହେବାକୁ ହଜାର ହଜାର କୋଟି ଟଙ୍କା ଆବଶ୍ୟକ ହେବ। ତେଣୁ କମ ଟଙ୍କାରେ ଯେପରି କାମ ହେବ ସେଥିପାଇଁ ଏହି ଚେଷ୍ଟା କରାଯାଇଥିଲା।

ସୋଭିଏତ ସଂଘର ପ୍ରଥମ ଚନ୍ଦ୍ର ମିଶନ ଲୁନା-୧ ମାତ୍ର ୩୬ ଘଣ୍ଟାରେ ଚନ୍ଦ୍ରପୃଷ୍ଠରେ ପହଞ୍ଚି ରେକର୍ଡ ସେଟ କରିଥିଲା। ସେହିପରି ଆମେରିକାର ଆପୋଲୋ ୧୧କମାଣ୍ଡ ମଡ୍ୟୁଲ କଲମ୍ବିଆ ମଧ୍ୟ ମାତ୍ର ୩ ଦିନରେ ମହାକାଶଚାରୀଙ୍କୁ ନେଇ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା। ତେଣୁ ଏଥିରୁ ଅନୁମାନ ହୋଇପାରୁଛି ଯେ ଏମାନଙ୍କ ରକେଟ କେତେ ଶକ୍ତିଶାଳୀ ହୋଇଥିବ। ସୁଚନା ଅନୁସାରେ ଚୀନ ଚନ୍ଦ୍ର ମିଶନ ପାଇଁ ୧ହଜାର ୨୬ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏବେ ଇସ୍ରୋ ଏହି ଚନ୍ଦ୍ରଯାନ ୩ ମିଶନ ପାଇଁ ୪୫୦ କୋଟି ଟଙ୍କା ଖର୍ଚ୍ଚ କରିଛି।

ଆଉ ଗୋଟିଏ ସବୁଠୁ ବଡ଼ କଥା କୌଣସି ଅଘଟଣ ଯେପରି ନଘଟୁ, ପୃଥିବୀର ଗୁରୁ ତ୍ୱାକର୍ଷଣ ଯେପରି ଚନ୍ଦ୍ରଯାନ ପ୍ରତି କମ ରହିବ , ଏସବୁ କୁ ଧ୍ୟାନରେ ରଖି ଏପରି ବ୍ୟବସ୍ଥା କରାଯାଇଛି। ଏମିତିରେ ବିନା କିଛି ସମସ୍ୟାରେ ଚନ୍ଦ୍ରଯାନ ମହାକାଶରେ ଯାଇ ଚନ୍ଦ୍ରପୃଷ୍ଠରେ ଓହ୍ଲାଇପାରିବ। ଜୁଲାଇ ୧୬ ତାରିଖରେ ଚନ୍ଦ୍ରଯାନ ୩ ପୃଥିବୀର କକ୍ଷ ପଥରେ ୪୧ ହଜାର ୩୦୬ କିଲୋମିଟରରେ ପହଞ୍ଚିଛି। ଏବେ ସେ କିଛି ଦିନ ମଧ୍ୟରେ ହିଁ ଚନ୍ଦ୍ରପୃଷ୍ଠରେ ପହଞ୍ଚିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.