୨୪ ଘଣ୍ଟା ନ ପୂରୁଣୁ ନନ୍ଦନକାନନକୁ ଆସିଥିବା ଚିତା ବିରାଡ଼ିର ମୃତ୍ୟୁ, କାରଣ ଅସ୍ପଷ୍ଟ

ନନ୍ଦନକାନନକୁ ଆସିବାର ୨୪ ଘଣ୍ଟା ନପୂରୁଣୁ ଚିତା ବିରାଡିର ମୃତ୍ୟୁ ହୋଇଛି। ଦୀର୍ଘ ୩୫ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଥିଲା ଚିତା ବିରାଡି । ବିରାଡି ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଚିତା ବିରାଡିର ମୃତ୍ୟୁ । ନନ୍ଦନକାନନକୁ ଆସିବାର ୨୪ ଘଣ୍ଟା ନପୂରୁଣୁ ଚିତା ବିରାଡିର ମୃତ୍ୟୁ ହୋଇଛି। ଦୀର୍ଘ ୩୫ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଥିଲା ଚିତା ବିରାଡି । ଦୁଇ ମହାବଳ ବାଘ ଓ ଘଡିଆଳ କୁମ୍ଭୀର ବଦଳରେ ମଙ୍ଗଳବାର ୨ ହୁଲୁକ୍‌ ଗିବନ ଓ ଚିତା ବିରାଡି ଆସିଥିଲେ ।

ବିରାଡି ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଗତ ମଙ୍ଗଳବାର ଏକ ହଳ ଚିତ୍ରା ବିରାଡ଼ି ଓ ଏକ ହଳ ହୁଲକ ଗିବନ ଜନ୍ତୁମାନଙ୍କୁ ଅରୁଣାଚଳ ପ୍ରଦେଶର ଇଟାନଗର ଜୁ’ ରୁ ନନ୍ଦନକାନନ ଅଣାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.