ମହିଳା ଟି୨୦ ବିଶ୍ୱ କପ୍ : ଦ୍ୱିତୀୟ ମ୍ୟାଚ୍ରେ ଇଣ୍ଡିଜ୍କୁ ୬ ଓ୍ଵିକେଟ୍ରେ ହରାଇଲା ଭାରତ
ହରମନପ୍ରୀତ ଏବଂ ରିଚାଙ୍କ ଚମତ୍କାର ବ୍ୟାଟିଂ ଓ ପାର୍ଟନରସିପ୍ ଭାରତକୁ ସହଜରେ ଜିତାଇ ଦେଲା । ହରମନପ୍ରୀତ ୩୩ ରନ୍ କରି ୧୮ ଓଭରରେ ଆଉଟ୍ ହୋଇଥିଲେ । ରିଚା ୩୨ ବଲ୍ରେ ୪୪ ରନ୍ କରି ଶେଷ ଯାଏ ଅପରାଜିତ ରହିଥିଲେ ।
ନ୍ୟୁଲାଣ୍ଡସ : ଅଧିନାୟକ ହରମନପ୍ରୀତ କୌର ଓ ରିଚା ଘୋଷଙ୍କ ଦମଦାର ଇନିଂସ୍ ବଳରେ ଟି୨୦ ବିଶ୍ୱକପ୍ରେ ତାର ଦ୍ୱିତୀୟ ମ୍ୟାଚ୍ ଜିତି ନେଇଛି ଭାରତ । ଆଜି ଟିମ୍ ଇଣ୍ଡିଆ େଓ୍ଵଷ୍ଟଇଣ୍ଡିଜ୍କୁ ୬ ଓ୍ଵିକେଟ୍ରେ ପରାସ୍ତ କରିଛି ।
ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ସହଜରେ ହରାଇଥିବା ଭାରତୀୟ ଦଳ ଆଗରେ ଆଜି ଇଣ୍ଡିଜ୍ ୧୧୯ ରନ୍ର ଟାର୍ଗେଟ୍ ଦେଇଥିଲା । ଯାହାକୁ ଭାରତ ହାସଲ କରି ନେଇଥିଲା । ଆଜି ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ୍ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ବୋଲର ଦୀପ୍ତି ଶର୍ମା ୩ଟି ଓ୍ଵିକେଟ୍ ନେଇଥିଲେ । ଏହା ସହିତ ସେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଶହେତମ ଓ୍ଵିକେଟ୍ ନେବାର ରେକଡ଼ ମଧ୍ୟ କରିଥିଲେ । ଇଣ୍ଡିଜ୍ ତରଫରୁ ଟେଲର ୪୨ ଓ କ୍ୟାମ୍ପବେଲ ୩୦ ରନ୍ ସ୍କୋର କରିଥିଲେ ।
ପରେ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ଦଳକୁ ଫେରିଥିଲେ ମଧ୍ୟ ମାତ୍ର ୧୦ ରନ୍ କରି ଆଉଟ୍ ହୋଇଥିଲେ । ଓପ୍ନର ସେଫାଳି ବର୍ମା ୨୮ ରନ୍ କରିଥିଲେ । ସେହିପରି ଜେମିମା ରଡ୍ରିଗୁଏଜ୍ ମାତ୍ର ୧ ରନ୍ରେ ଆଉଟ୍ ହୋଇଥିଲେ । ସେଫାଳି ତୃତୀୟ ବ୍ୟାଟର ଭାବେ ଆଉଟ୍ ହେବା ବେଳକୁ ଭାରତର ସ୍କୋର ଥିଲା ୪୩ ରନ୍ । ଏହାପରେ ହରମନପ୍ରୀତ ଏବଂ ରିଚାଙ୍କ ଚମତ୍କାର ବ୍ୟାଟିଂ ଓ ପାର୍ଟନରସିପ୍ ଭାରତକୁ ସହଜରେ ଜିତାଇ ଦେଲା । ହରମନପ୍ରୀତ ୩୩ ରନ୍ କରି ୧୮ ଓଭରରେ ଆଉଟ୍ ହୋଇଥିଲେ । ରିଚା ୩୨ ବଲ୍ରେ ୪୪ ରନ୍ କରି ଶେଷ ଯାଏ ଅପରାଜିତ ରହିଥିଲେ । ଭାରତୀୟ ଦଳ ୧୮.୧ ଓଭରରେ ବିଜୟଲକ୍ଷ୍ୟ ୧୧୯ ରନ୍ରେ ପହଞ୍ଚି ଯାଇଥିଲା ।