କିଟ୍‌ ଓ କିସ୍‌ରେ ଭାରତୀୟ ହକି ଖେଳାଳି, କ୍ୟାମ୍ପସ୍‌ ବୁଲିଲେ ଓ ଷ୍ଟାଡିୟମ୍‌ରେ ଖେଳିଲେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଭୁବନେଶ୍ୱର ଆସିଛନ୍ତି ଭାରତର ଉଭୟ ପୁରୁଷ ଓ ମହିଳା ଦଳ । ଏହି ଅବସରରେ ସେମାନେ ଆଜି କିଟ୍‌ ଓ କିସ୍‌ ପରିଦର୍ଶନ କରିଛନ୍ତି । ଭାରତୀୟ ମହିଳା ଓ ପୁରୁଷ ହକି ଦଳର ଖେଳାଳିମାନେ କିଟ୍‌ ଷ୍ଟାଡିୟମ୍‌ ସହ କିଟ୍‌, କିସ୍‌ କ୍ୟାମ୍ପସରେ ବୁଲିଥିଲେ । ସେମାନଙ୍କ ସହ କୋଚ୍‌ ଓ ଅଫିସିଆଲମାନେ ମଧ୍ୟ ଖେଳାଳିମାନଙ୍କ ସହିତ ଥିଲେ ।

HOCKEY TEAM-2
ଭାରତୀୟ ଖେଳାଳିମାନେ କିସ୍‌ର ହକି ଖେଳାଳିଙ୍କ ସହ କିଟ୍‌ ଷ୍ଟାଡିୟମ୍‌ରେ ଦୀର୍ଘ ୧ ଘଣ୍ଟା ଧରି ଅଭ୍ୟାସ କରିିଥିଲେ। ପରେ ଛାତ୍ରଛାତ୍ରୀମାନଙ୍କୁ ହକି ସମ୍ପର୍କରେ ଟିପ୍‌ସ୍‌ ଓ ଟ୍ରିକ୍‌ସ ଶିଖାଇ ଥିଲେ । ଏଭଳି ଏକ ବିରଳ ସୁଯୋଗ କିସ୍‌ ହକି ଖେଳାଳି ଓ ଛାତ୍ରଛାତ୍ରୀଙ୍କ ପାଇଁ ଖୁବ୍‌ ଉପଯୋଗୀ ହେବ ବୋଲି ଭାରତୀୟ ହକି ଟିମ୍‌ର କୋଚ୍‌, ଦୁଇ ଅଧିନାୟକ, କିଟ୍‌ ଓ କିସ୍‌ର କ୍ରୀଡ଼ା ନିର୍ଦ୍ଦେଶକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.