କଣ ଆପଣ ଜାଣନ୍ତି କି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏତେ ମାତ୍ରାରେ ସହାୟକ ହୋଇଥାଏ କଞ୍ଚାଲଙ୍କା

କଡା ରାଗ କଞ୍ଚାଲଙ୍କା ଆଉ ତା ପୁଣି ଚେହେରାର ସୁନ୍ଦରତା ପାଇଁ ? ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ ନା ? କିନ୍ତୁ ପ୍ରକୃତରେ ଏହା ସତ ଅଟେ । କଞ୍ଚାଲଙ୍କା ଖାଇବା ଦ୍ୱାରା ସ୍ୱାସ୍ଥ୍ୟପାଇଁ ଏହା କେତେ ଲାଭକର ହୋଇଥାଏ ଏହାତ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ କଞ୍ଚାଲଙ୍କା ମଧ୍ୟ ଚେହେରାକୁ ଅନେକ ପ୍ରକାର ଫାଇଦା ଯୋଗାଇବା ସହ ସ୍କିନକୁ ଗ୍ଳୋଇଙ୍ଗ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତାହେଲେ ଆସନ୍ତୁ ଜାଣିବା କିପରି ଏହା ସମ୍ଭବ ହୋଇଥାଏ ।

Related image

 

କଞ୍ଚାଲଙ୍କାରେ ଆଣ୍ଟିଅକ୍ସିଡାଣ୍ଟ ପ୍ରପର୍ଟିଜ ରହିଥାଏ ଯାହାଦ୍ୱାରା ଶରୀରକୁ ଏବଂ ଚେହେରାକୁ ଏହା ଟକ୍ସିନ ଫ୍ରି ହେବାରେ ସାହାଯ୍ୟ କରିଥାଏ । ଏହାସହିତ ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ପ୍ରପର୍ଟିଜ ମଧ୍ୟ ରହିଥାଏ । କଞ୍ଚାଲଙ୍କାର ଏହି ସ୍ୱତନ୍ତ୍ରତା ସ୍କିନକୁ ହେଲଦି ରଖିବାରେ ସାହାଯ୍ୟ କରିଥାଏ ଓ ଏହାକୁ ପିମ୍ପଲ ଫ୍ରି ମଧ୍ୟ ରଖିଥାଏ ।

स्किन दिखेगी जवां

କଞ୍ଚାଲଙ୍କାରେ ରହିଥିବା ଭିଟାମିନ ସି କୋଲେଜନ ବଢ଼ାଇଥାଏ ଯାହାକି ଚେହେରାରେ ଆସୁଥିବା କୁଞ୍ଚନ ଓ ଫାଇନ ଲାଇନ୍ସ ସହ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ । ଏହାସହିତ କଞ୍ଚାଲଙ୍କା ବ୍ଲଡ଼ ଫ୍ଲୋ କୁ ଠିକ ରଖିଥାଏ ଯାହାଦ୍ୱାରା ଟିସୁ ଉପରେ ସକାରାତ୍ମକ ପ୍ରଭାବ ପଢ଼ିଥାଏ ଏବଂ ଏହା ଚେହେରାର ନାଚୁରାଲ ଗ୍ଲୋ ବଢ଼ାଇବାରେ ସାହାଯ୍ୟ କରିଥାଏ ।

Related image

ଏହାସହ ପଢନ୍ତୁ ଏଥର ଦୀପାବଳିରେ ଘରେ ବନାନ୍ତୁ ସାହି ପଲାଉ

କେବଳ ସେତିକି ନୁହେଁ କଞ୍ଚାଲଙ୍କାରେ ଫାଇଟୋନ୍ୟୁଟ୍ରିଏଣ୍ଟସ ରହିଥାଏ ଯାହା ତ୍ୱଚାକୁ ଦାଗ ଏବଂ ଇନଫେକ୍ସନରୁ ଦୁରେଇ ରଖିଥାଏ । କଞ୍ଚାଲଙ୍କାରେ କ୍ୟାପ୍ସାଇସିନ ରହିଥାଏ ଯାହାକି ସେଲ୍ସର ନ୍ୟୁକ୍ଲିୟର ଟ୍ରାନ୍ସକ୍ରିପସନ ଫ୍ୟାକ୍ଟର୍ସକୁ ବ୍ଲକ କରିବା ସହିତ ସ୍କିନକୁ ୟଙ୍ଗ ରଖିବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.