କ୍ରିକେଟରୁ ସନ୍ନ୍ୟାସ ନେଲେ ସୌରଭ ତିଓ୍ଵାରୀ, ଅଣ୍ଡର-୧୯ ବିଶ୍ୱକପ ବିଜେତା ଟିମରେ ଖେଳିଛନ୍ତି

ସୌରଭ ତିଓ୍ଵାରୀ ୨୦୦୮ରେ ଅଣ୍ଡର-୧୯ ବିଶ୍ୱକପ ବିଜେତାର ଟିମର ଅଂଶ ରହିସାରିଛନ୍ତି । ଭାରତ ପାଇଁ ୩ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସୌରଭ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଅନେକ ଟିମ ପାଇଁ ଖେଳିସାରିଛନ୍ତି ।

ପ୍ରଫେସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ସୌରଭ ତିଓ୍ଵାରୀ । ରଣଜୀ ଟ୍ରଫି ପାଇଁ ହରିୟାଣା ତରଫରୁ ଝାଡଖଣ୍ଡକୁ ମିଳିଥିବା ପରାଜୟ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସୌରଭ । ଝାଡଖଣ୍ଡ ଏବଂ ରାଜସ୍ଥାନ ମଧ୍ୟରେ ୧୬ ଫେବୃଆରୀକୁ ଖେଳାଯିବାକୁ ଥିବା ରଣଜୀ ଟ୍ରଫି ମ୍ୟାଚ ତାଙ୍କ ପ୍ରଫେସନାଲ କ୍ୟାରିଅରର ଶେଷ ମ୍ୟାଚ ହେବ ।

ସୌରଭ ତିଓ୍ଵାରୀ ୨୦୦୮ରେ ଅଣ୍ଡର-୧୯ ବିଶ୍ୱକପ ବିଜେତାର ଟିମର ଅଂଶ ରହିସାରିଛନ୍ତି । ଭାରତ ପାଇଁ ୩ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସୌରଭ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଅନେକ ଟିମ ପାଇଁ ଖେଳିସାରିଛନ୍ତି ।
ସୌରଭ ରିଟାୟରମେଣ୍ଟ ଘୋଷଣା କରି କହିଛନ୍ତି, ଏହି ଯାତ୍ରାକୁ ଅଲବିଦା କରିବା ବହୁତ କଷ୍ଟକର । କିନ୍ତୁ ମୁଁ ଜାଣିଛି, ଏଇଟା ହିଁ ସଠିକ୍‌ ସମୟ । ମୋତେ ଲାଗୁଛି କି, ଭାରତୀୟ ଟିମ୍‌ ଏବଂ ଆଇପିଏଲ୍‌ ଟିମ୍‌ରେ ନ ରହିଛନ୍ତି, ତେଣୁ ଆପଣ କୌଣସି ଯୁବ ଖେଳାଳିଙ୍କ ପାଇଁ ଜାଗା ଖାଲି କରିଦେବା ଉଚିତ । ଏହାଦ୍ୱାରା ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବ । ତେଣୁ ମୁଁ ଏଭଳି ନିଷ୍ପତ୍ତି ନେଇଛି ।

୩୪ ବର୍ଷୀୟ ସୌରଭ ନିକଟରେ ରଣଜୀ ଟ୍ରଫି ମ୍ୟାଚରେ ମଣିପୁର ବିପକ୍ଷରେ ଶତକ କରିଥିଲେ । ସେ ୧୧୫ଟି ପ୍ରଥମ ଶ୍ରେଣୀ କ୍ରିକେଟ, ୧୧୬ ଏ ଶ୍ରେଣୀ, ୧୮୧ ଟି୨୦ ମ୍ୟାଚ ଖେଳିଛନ୍ତି । ତେବେ ଭାରତୀୟ ଟିମରେ ଖେଳିବାକୁ ସୁଯୋଗ ମିଳିନଥିଲା । ଭାରତ ପାଇଁ ୨୦୧୦ରେ ଡେବ୍ୟୁ କରିଥିଲେ । କେବଳ ୩ଟି ମ୍ୟାଚ ଭାରତ ପାଇଁ ଖେଳିଛନ୍ତି । ଏଥିରେ ୪୯ ରନ୍‌ କରିଥିଲେ । ସୌରଭ ତିଓ୍ଵାରୀ ୨୦୦୮ରେ ଅଣ୍ଡର-୧୯ ବିଶ୍ୱକପ ବିଜେତା ଟିମ୍‌ର ଅଂଶ ଥିଲେ । କୋହଲିଙ୍କ ଅଧିନାୟକତ୍ୱରେ ଭାରତ ପାଇଁ ଅଣ୍ଡର-୧୯ ଟିମ୍‌ରେ ଖେଳିଛନ୍ତି ।

ସେହିପରି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ, ଆରସିବି ଏବଂ ପୁନେ ସୁପରଜିଆଣ୍ଟସରେ ଖେଳିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.