ଏସୀୟ କ୍ରୀଡ଼ା : ଭାରତ ପାଇଁ ଅନେକ ମେଡାଲ୍ସ ଆଣି ଗର୍ବ ସାଜିଛନ୍ତି ଭାରତୀୟ ଖେଳାଳି

ଭାରତୀୟ ଖେଳାଳୀ ପଦକ ହାସଲ କରି ଅନ୍ୟ ଖେଳାଳୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏମାନଙ୍କ କୃତିତ୍ୱ ଦେଖି ଅନ୍ୟ ଖେଳାଳୀମାନେ ଖେଳ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି ।

ଚୀନର ହାଙ୍ଗଝୋରେ ହେଉଥିବା ଏସିଆନ ଗେମ୍ସ ୨୦୨୩ ଇତିହାସରେ ଭାରତ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଭାରତ ପାଇଁ ଅନେକ ମେଡାଲ୍ସ ଆଣିଛନ୍ତି ଭାରତୀୟ କ୍ରୀଡ଼ାବିତ୍ । ସୁଟିଂ, ରୋଇଂ, ସୁଇମିଂ, ରଗବୀ, ଜୁଡ଼ୋ, ବାସ୍କେଟବଲ, ମହିଳା କ୍ରିକେଟ, ହ୍ୟାଣ୍ଡବଲ୍, ଟେନିସ୍, ଚେସ୍ ଏବଂ ବକ୍ସିଂ ପରି ଗେମ୍ସ ରେ ସଫଳତା ପାଇଛନ୍ତି ଭାରତୀୟ ଖେଳାଳି । ଏହି ଗେମ୍ସରୁ କିଛି ଗେମ୍ସରେ ଭାରତୀୟ ପ୍ଳେୟର୍ସମାନେ ଅନେକ ମେଡାଲ ଭାରତ ପାଇଁ ଆଣିଛନ୍ତି । ପ୍ରଥମ ଦିନରେ ଭାରତୀୟ ଖେଳାଳୀ ପାଞ୍ଚଟି ମେଡାଲ ଜିତିଥିବାବେଳେ ଦ୍ୱିତୀୟ ଦିନରେ ବି କମାଲ ଦେଖାଇଛନ୍ତି । ଏସିଆ ଗେମ୍ସର ପ୍ରଥମ ଦିନରେ ଭାରତକୁ ୫ ଟି ମେଡାଲ ମିଳିଥିବା ବେଳେ ଦ୍ୱିତୀୟ ଦିନରେ କମାଲ କରିଛନ୍ତି ଭାରତୀୟ ଖେଳାଳି । ଦ୍ୱିତୀୟ ଦିନରେ ୧୦ ମିଟର ଏୟାର ରାଇଫଲ ମେନ୍ସ ଟିମ ପ୍ରଥମ ଗୋଲ୍ଡ ମେଡାଲ ଜିତିଥିଲା । ପରେ ଭାରତୀୟ ମହିଳା କ୍ରିକେଟ ଟିମ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଯାହା ଭାରତ ପାଇଁ ଏକ ବଡ଼ ସଫଳତା ।

ଭାରତ ସ୍ୱର୍ଣ୍ଣ ପଦକ ଜିତି ଏସିଆନ ଗେମ୍ସର ଦ୍ୱିତୀୟ ଦିନ ଆରମ୍ଭ କରିଥିଲା । ପରେ ଭାରତକୁ ୪ ସଦସ୍ୟ ବିଶିଷ୍ଟ ରୋଇଂ ଟିମ୍‌ରୁ ମିଳିଥିଲା ବ୍ରୋଞ୍ଜ ମେଡାଲ । ଏହି ଟିମରେ ଐଶୋର୍ଯ୍ୟ ସିଂ ତୋମାର, ରୁଦ୍ରାକ୍ଷ ଏବଂ ଦିବ୍ୟାଂଶ ସାମିଲ ଥିଲେ । ପରେ ମେନ୍ସ ଫୋର ରୋଇଂ ଟିମ ଦ୍ୱିତୀୟ ବ୍ରୋଞ୍ଜ ପଦକ ହାସଲ କରିଥିଲା । ରୋଇଂର ଏହି ଟିମରେ ଭୀମ ସିଂ, ପୁତିନ ଜସଓ୍ଵିନ୍ଦର ଏବଂ ଆଶିଷ ସାମିଲ ଥିଲେ । ଦ୍ୱିତୀୟ ଦିନର ତୃତୀୟ ବ୍ରୋଞ୍ଜ ମେଡାଲ ଆଣିଥିଲେ ରୋଇଂର ମେନ୍ସ କ୍ୱାଡରପଲ୍ସ । ଏହି ପଦକ ହାସଲ କରିବାରେ ପରମିନ୍ଦର ସିଂ, ସତନାମ ସିଂ, ଜକାର ଖାନ ଏବଂ ସୁଖମିତ ସିଂଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଐଶୋର୍ଯ୍ୟ ପ୍ରତାପ ସିଂ ତୋମାର ଭାରତକୁ ଦେଇଥିଲେ ଚତୁର୍ଥ ମେଡାଲ । ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଐଶୋର୍ଯ୍ୟ ବ୍ରୋଞ୍ଜ ନିଜ ନାଁରେ କରିଥିଲେ । ଏବଂ ମେନ୍ସ ୨୫ ମିଟର ର‍୍ୟାପିଡ ଫାୟାର ପିଷ୍ଟଲ ସୁଟିଂରେ ମିଳିଥିଲା ପଞ୍ଚମ ପଦକ । ଅନୀଷ, ବିଜୟବୀର ସିନ୍ଧୁ ଏବଂ ଆଦର୍ଶ ସିଂ ଏହି ପଞ୍ଚମ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ତେବେ ଭାରତ ଏସିଆନ ଗେମ୍ସର ପ୍ରଥମ ଦିନରେ ୫ ଟି ପଦକ ହାସଲ କରିଥିଲା । ୧୦ ମିଟର ଏୟାର ରାଇଫଲ ଟିମ ଇଭେଣ୍ଟରେ ମେହୁଲୀ ଘୋଷ, ଆଶୀ ଚୌକସେ ଏବଂ ରମିତା ଜିନ୍ଦଲ ଭାରତକୁ ରୋପ୍ୟ ପଦକ ଆଣି ଦେଇଥିଲେ । ଅର୍ଜୁନ ଲାଲ ଜାଟ ଏବଂ ଅରବିନ୍ଦ ସିଂ ମେନ୍ସ ଲାଇଟେଓ୍ଵଟ୍ ଡବଲ ସ୍କଲ୍ସ ରୋଇଂରେ ସିଲଭର ପଦକ ଜିତିଥିଲେ । ବାବୁ ଲାଲ ଏବଂ ଲେଖ ରାମ ମେନ୍ସ କାକ୍ସଲେସ୍ ଡବଲ୍ସ ରୋଇଂରେ କାନ୍ସ୍ୟ ପଦକ ହାସଲ କରିଥିଲେ । ମେନ୍ସ କାକ୍ସଡ ୮ ଜଣିଆ ଟିମ୍‌ରେ ସିଲଭର ମେଡାଲ ଜିତିଥିଲା ଭାରତ । ମହିଳା ୧୦ ମିଟର ଏୟାର ରାଇଫଲ ସୁଟିଂରେ ରମିତା ଜିନ୍ଦଲ ବ୍ରୋଞ୍ଜ ଜିତି ଭାରତକୁ କରିଥିଲେ ଗର୍ବିତ ।

ଖବର ଲେଖାହେବା ବେଳକୁ ଏସିଆନ ଗେମ୍ସରେ ଭାରତ ଏପର୍ଯ୍ୟନ୍ତ ୧୧ଟି ପଦକ ହାସଲ କରିଛି । ଭାରତୀୟ ଖେଳାଳୀ ପଦକ ହାସଲ କରି ଅନ୍ୟ ଖେଳାଳୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏମାନଙ୍କ କୃତିତ୍ୱ ଦେଖି ଅନ୍ୟ ଖେଳାଳୀମାନେ ଖେଳ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.