କିଟ୍ ବିଶ୍ୱବିଦ୍ୟାଳୟରେ ଉଦଯାପିତ ହେଲା ସିଆରପିଏଫ୍ ଇଣ୍ଟର ଜୋନ୍ ହକି ପ୍ରତିଯୋଗିତା

ଭୁବନେଶ୍ବର : କିଟ୍ ବିଶ୍ୱବିଦ୍ୟାଳୟ ହକି ଗ୍ରାଉଣ୍ଡରେ ଉଦଯାପିତ ହୋଇଛି ସିଆରପିଏଫ୍ ଇଣ୍ଟର ଜୋନ୍ ହକି ପ୍ରତିଯୋଗିତା । ଫାଇନାଲ ପ୍ରତିଯୋଗିତାରେ ସେଣ୍ଟ୍ରାଲ୍ ଜୋନ୍ A ଟିମ୍ ଜମ୍ମୁ କାଶ୍ମୀର ଜୋନକୁ ୩-୧ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଛି। ମୁଖ୍ୟ ଅତିଥି ଭାବେ କିଟ୍ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମ୍ୟାଚ ପୂର୍ବରୁ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଖେଳ ଶେଷରେ ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶି ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ହକି ଖେଳାଳି ଦିଲ୍ଲୀପ ତୀର୍କି, ପ୍ରବୋଧ ତୀର୍କି, ସିଆରପିଏଫ ଓଡିଶା ଡିଆଇଜିପି ଏସ୍.କେ ତିଗା କ୍ରୀଡାବିତ ମାନଙ୍କୁ ସମ୍ମାନିତ କରିଥିଲେ। ୨୪ ତାରିଖରୁ ଆରମ୍ଭ ହୋଇ ପ୍ରତିଯୋଗିତା ୨୮ ତାରିଖ ପର୍ୟ୍ୟନ୍ତ ଚାଲିଥିଲା। ଏଥିରେ ସିଆରପିଏଫର ୪ ଟି ଜୋନରୁ ୮ ଟି ଟିମ୍ ଭାଗ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.