ଆଉ ଦିନକ ପରେ ଫଟାଫଟ କ୍ରିକେଟର ମହାକୁମ୍ଭ ଆରମ୍ଭ, ଉଦ୍ଘାଟନୀ ଉତ୍ସବରେ ନଜର ଆସିବେ ଏହିସବୁ ବଲିଉଡ ସେଲିବ୍ରିଟି
ଆଇପିଏଲ୍ ୨୦୨୩ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବେ ବଲିଉଡର ଜଣାଶୁଣା ସେଲିବ୍ରିଟି । ୪୫ ମିନିଟ୍ ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିବ ନରେନ୍ଦ୍ର ମୋଦି ଷ୍ଟାଡିୟମ ।

ଆଇପିଏଲ ୨୦୨୩ ସିଜିନ ୧୬ର ପ୍ରଥମ ମ୍ୟାଚ୍ ଶୁକ୍ରବାର ଠାରୁ ଆରମ୍ଭ ହେବ । ସିଜିନର ପ୍ରଥମ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ହେବ । ଆଇପିଏଲ ୨୦୨୩ର ନୂଆ ସିଜିନରେ ଧମାକେଦାର ଉଦଘାଟନୀ କରାଯିବ । ଏଥିରେ ବହୁତ ନାମୀଦାମୀ ସେଲିବ୍ରିଟି ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଆଇପିଏଲ-୨୦୨୩କୁ ନେଇ ଫ୍ୟାନ୍ସମାନଙ୍କର ଉତ୍ସାହ ବଢିବାରେ ଲାଗିଛି ।
ଆଇପିଏଲ ୨୦୨୩ ଉଦଘାଟନୀ ଉତ୍ସବ ୩୧ ମାର୍ଚ୍ଚ ଶୁକ୍ରବାର ଦିନ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ । ପ୍ରଥମ ମ୍ୟାଚ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ହେବ ।
Join @tamannaahspeaks in the incredible #TATAIPL Opening Ceremony as we celebrate the biggest cricket festival at the biggest cricket stadium in the world – Narendra Modi Stadium! 🏟️ 🙌
31st March, 2023 – 6 PM IST on @StarSportsIndia & @JioCinema
Make sure to tune in & join! 👌 pic.twitter.com/u9HtOcD9tm
— IndianPremierLeague (@IPL) March 29, 2023
ସନ୍ଧ୍ୟା ୬ଟାରୁ ଉଦ୍ଘାଟନୀ ସମାରୋହ ଆରମ୍ଭ ହେବ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ୪୫ ମିନିଟ୍ ଧରି ଚାଲିବ । ତେବେ ଶେଷ ଥର ପାଇଁ ଆଇପିଏଲ୍ ଉଦଘାଟନୀ ଉତ୍ସବ ୨୦୧୮ରେ ହୋଇଥିଲା । ତା’ ପରେ କରୋନା ଯୋଗୁଁ ସବୁକିଛି ବନ୍ଦ ରହିଥିଲା ।
ମିଡିଆ ରିପୋର୍ଟ ମୁତାବକ, ଉଦ୍ଘାଟନୀ ଉତ୍ସବରେ ରଶ୍ମିକା ମନ୍ଦାନା, ତମନ୍ନା ଭାଟିଆ, କ୍ୟାଟ୍ରିନା କୈଫ, ଟାଇଗର ଶ୍ରଫ ଏବଂ ଅରଜିତ ସିଂ ପରଫର୍ମ କରିପାରନ୍ତି ।