Below header

ଆଇପିଏଲ ମହାସମର : ଆଜି ରାଜସ୍ଥାନ-ପଞ୍ଜାବ ଟକ୍କର

ନୂଆଦିଲ୍ଲୀ : ଆଇପିଏଲର ଦ୍ୱିତୀୟ ଦିନରେ ଋଷଭ ପନ୍ତଙ୍କ କମାଲ । ମାତ୍ର ୨୭ ବଲ୍ରେ ଦମଦାର ୭୮ ରନ୍ କରିଛନ୍ତି ପନ୍ତ । ଏଥିରେ ରହିଛି ୭ଟି ଛକ୍କା ଓ ୭ଟି ଚୌକା । ଏହା ସହ ଇନଗ୍ରାମ୍ ୪୭ ଓ ଧାଓ୍ଵନ ୪୩ ରନ୍ କରିଥିଲେ । ୨୧୩ ରନର ବିଶାଳ ଲକ୍ଷକୁ ପିଛା କରି ମୁମ୍ବାଇ ମାତ୍ର ୧୭୬ ରନରେ ଅଲଆଉଟ୍ ହୋଇଯାଇଥିଲା । ମୁମ୍ବାଇ ପକ୍ଷରୁ ଯୁବାରାଜ ସିଂହ ୫୩ ରନ୍ କରିଥିବା ବେଳେ ପାଣ୍ଡ୍ୟା ୩୨ ରନ୍ କରିଥିଲେ । ସେହିପରି କାଲି ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ହାଇଦ୍ରାବାଦକୁ ୬ ଓ୍ଵିକେଟରେ ପରାସ୍ତ କରିଛି କୋଲକାତା । ଦଳ ପକ୍ଷରୁ ଓ୍ଵାର୍ଣ୍ଣର ଦମଦାର ୮୫ ହାସଲ କରିଥିଲେ । ଦୀର୍ଘ ଦିନ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରୁ ବାସନ୍ଦ ହେବା ପରେ ଜବରଦସ୍ତ କମ୍ବ୍ୟାକ୍ କରିଛନ୍ତି ଓ୍ଵାର୍ଣ୍ଣର ।

ସେହିପରି ଆଜି ଆଇପିଏଲରେ ଗୋଟିଏ ମ୍ୟାଚ୍ ଖେଳାଯିବ ରାତି ୮ଟାରେ ଜୟପୁରରେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ୍ XI ପଞ୍ଜାବ ମଧ୍ୟରେ ମୁକାବିଲା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.