ଆଇପିଏଲ୍‌ ସିଜିନ୍‌ ୧୩ ପାଇଁ ଖେଳାଳିଙ୍କ ନିଲାମ ତାରିଖ ଘୋଷଣା, ଚଳିତ ଥର କୋଲକାତାରେ କରାଯିବ ଅକ୍ସନ

ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲ୍‌ ସିଜିନ୍‌ ୧୩ ପାଇଁ ଖେଳାଳି ନିଲାମ ତାରିଖ ଘୋଷଣା ହୋଇଛି । ଆସନ୍ତା ଡିସେମ୍ବର ୧୯ ତାରିଖରେ କୋଲକାତାରେ ଖେଳାଳି ନିଲାମ କରାଯିବ । ସବୁ ୮ ଫ୍ରାଞ୍ଚାଇଜି ପାଇଁ ଟ୍ରେଡିଂ ଓ୍ଵିଣ୍ଡୋ ନଭେମ୍ବର ୧୪ ତାରିଖରେ ବନ୍ଦ ହେବ । ଖେଳାଳିଙ୍କୁ ନିଜ ପାଖରେ ରଖିବା ଓ ଖେଳାଳିଙ୍କୁ ଅନ୍ୟ ଫ୍ରାଞ୍ଚାଇଜି ସହ ଅଦଳ ବଦଳ କରିବା ପାଇଁ ସବୁ ଫ୍ରାଞ୍ଚାଇଜିକୁ ନଭେମ୍ବର ୧୪ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ସବୁ ଫ୍ରାଞ୍ଚାଇଜିଙ୍କୁ ଆଗାମୀ ସଂସ୍କରଣ ପାଇଁ ୮୫ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ପ୍ରଥମରୁ ଆଇପିଏଲ୍‌ ଅକ୍ସନ ବେଙ୍ଗାଲୁରୁରେ ହୋଉଥିଲା । ଏହା ପରେ ସିଜିନ୍‌-୧୨ ପାଇଁ ଜୟପୁରରେ ହୋଇଥିଲା । ହେଲେ ଚଳିତ ଥର କୋଲକାତାରେ ଅକ୍ସନ କରାଯିବ । ସୂଚନା ଅନୁସାରେ ୨୦୨୧ରେ ଫ୍ରାଞ୍ଚାଇଜି ନିଜର ନୂଆ ଟିମ୍‌ ପ୍ରସ୍ତୁତ କରିବେ । ନୂଆ ଟିମ୍‌ ସହ ୨୦୨୧ରେ ମେଗା ଅକ୍ସନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.