ମ୍ୟାଚ୍‌ ଜିତିବା ପରେ ମଧ୍ୟ ପନ୍ତଙ୍କୁ ଲାଗିଲା ଝଟକା, ଚେନ୍ନାଇ ବିପକ୍ଷରେ ଏହି ଭୁଲ୍‌ ଯୋଗୁଁ ମିଳିଲା ଦଣ୍ଡ

ଚେନ୍ନାଇ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର ରେଟ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକଙ୍କ ଉପରେ ଜରିମାନା ଲାଗିଛି । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସର୍ବନିମ୍ନ ଓଭର ରେଟ ଯୋଗୁଁ ରିଷଭ ପନ୍ତଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି ।

ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପରକିଙ୍ଗସକୁ ହରାଇ ପ୍ରଥମ ବିଜୟ ହାସଲ କରିଛି । ରବିବାର ଦିନ ବିଶାଖାପାଟନମର ଡ.ଓ୍ଵାଇ ଏସ ରାଜଶେଖର ରେଡ୍ଡୀ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ ଚେନ୍ନାଇକୁ ୨୦ ରନରେ ହରାଇଥିଲା । ହେଲେ ଏବେ ପନ୍ତ ଜିତିବା ପରେ ତାଙ୍କୁ ବଡ ଝଟକା ଲାଗିଛି । ଚେନ୍ନାଇ ବିପକ୍ଷ ମ୍ୟାଚରେ ଭୁଲ୍‌ କରିଥିବାରୁ ପନ୍ତଙ୍କୁ ଜରିମାନା ଦେବାକୁ ପଡିଛି ।

ଚେନ୍ନାଇ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର ରେଟ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକଙ୍କ ଉପରେ ଜରିମାନା ଲାଗିଛି । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସର୍ବନିମ୍ନ ଓଭର ରେଟ ଯୋଗୁଁ ରିଷଭ ପନ୍ତଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି ।

ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୯୧/୫ ରନ୍‌ କରିଥିଲା । ଟିମ ପାଇଁ ଡେଭିଡ ଓ୍ଵାର୍ଣ୍ଣର ୫୨ ରନ୍‌ କରିଥିବା ବେଳେ ପନ୍ତ ୩୨ ବଲରେ ୫୧ ରନ୍‌ କରିଥିଲେ । ପନ୍ତ ନିଜ ଇନିଂସରେ ୪ଟି ଚଉକା, ୩ଟି ଛକା ମାରିଥିଲେ । ତେବେ ଚେନ୍ନାଇ ୧୯୧ ରନକୁ ଲକ୍ଷ୍ୟକରି ଭଲ ଆରମ୍ଭ କରିଥିଲା । ଧୋନି ୧୬ ବଲରେ ୪ଟି ଚଉକା ଏବଂ ୩ଟି ଛକା ମାରି ୩୭ ରନ୍‌ କରିଥିଲେ । ରାହାଣେ ୪୫ ରନ୍‌ କରିଥିଲେ ସୁଦ୍ଧା ଚେନ୍ନାଇ ୨୦ ରନରେ ହାରିଥିଲା ।

ସୂଚନାଯୋଗ୍ୟ, ଚଳିତବର୍ଷ ଆଇପିଏଲ୍‌ ୨୦୨୪ରେ ପ୍ରଥମେ ଗୁଜରାଟ ଟାଇଟନ୍ସର ଅଧିନାୟକ ଶୁବମନ ଗିଲ୍‌ଙ୍କୁ ସ୍ଲୋ ଓଭର ପାଇଁ ଜରିମାନା ଲାଗିଥିବା ବେଳେ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକଙ୍କୁ ଜରିମାନା ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.