ଖାଇବା ପରେ ତୁରନ୍ତ ପେଟରେ ଯନ୍ତ୍ରଣା ହେଉଛି କି ? ସାବଧାନ ହୋଇପାରନ୍ତି ଏହି ସବୁ ରୋଗର ଶିକାର

ଆଜିକାଲି ଲୋକମାନେ ଖାଦ୍ୟ ଖାଇବା ପରେ ତୁରନ୍ତ ପେଟରେ ଯନ୍ତ୍ରଣା ହେବଉଛି ବୋଲି କହିଥାନ୍ତି । ଅନେକ ଥର ଲୋକମାନେ ଏହାକୁ ଏକ ଛୋଟ ସମସ୍ୟା ବୋଲି ଭାବି ଏହାକୁ ଅଣଦେଖା କରନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସମସ୍ୟା ସ୍ୱାଭାବିକ ନୁହେଁ । ଯଦି ଆପଣ ବାରମ୍ବାର ଏପରି ଅନୁଭବ କରୁଛନ୍ତି ତେବେ ତୁରନ୍ତ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ।

ଆଜିକାଲି ଲୋକମାନେ ନିଜ ଲାଇଫ୍‌ଷ୍ଟାଇଲ ପରିବର୍ତ୍ତନ କରିବା ଯୋଗୁ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି । ଏପରି ପରିସ୍ଥିତିରେ ଆପଣମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବା ଉଚିତ୍, ନଚେନ ଅନେକ ପ୍ରକାରର ଅସୁବିଧାର ସାମ୍ନା କରିପାରନ୍ତି । ତେବେ ଆଜିକାଲି ଲୋକମାନେ ଖାଦ୍ୟ ଖାଇବା ପରେ ତୁରନ୍ତ ପେଟରେ ଯନ୍ତ୍ରଣା ହେବଉଛି ବୋଲି କହିଥାନ୍ତି । ଅନେକ ଥର ଲୋକମାନେ ଏହାକୁ ଏକ ଛୋଟ ସମସ୍ୟା ବୋଲି ଭାବି ଏହାକୁ ଅଣଦେଖା କରନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସମସ୍ୟା ସ୍ୱାଭାବିକ ନୁହେଁ । ଯଦି ଆପଣ ବାରମ୍ବାର ଏପରି ଅନୁଭବ କରୁଛନ୍ତି ତେବେ ତୁରନ୍ତ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ । ଆସନ୍ତୁ ଜାଣିବା ଏପରି ପରିସ୍ଥିତିରେ ଖାଦ୍ୟ ଖାଇବା ପରେ ତୁରନ୍ତ ପେଟ ଯନ୍ତ୍ରଣା କ’ଣ ପାଇଁ ହୋଇଥାଏ ଏବଂ ଏଭଳି ହେବା ଦ୍ୱାରା ଆଗକୁ ଯାଇ କିପରି ଅସୁବିଧା ହୋଇପାରେ ।

ଖାଦ୍ୟ ସଠିକ୍‌ ଭାବେ ହଜମ ନହେବା : ଅନେକ ଥର ଲୋକମାନେ ଖାଇବା ପରେ ଖାଦ୍ୟ ହଜମ କରିବାରେ ଅସମର୍ଥ ହୁଅନ୍ତି, ଯେଉଁଥିପାଇଁ ସେମାନଙ୍କର ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଏହି ସମସ୍ୟା ଯୋଗୁ ସେହି ଲୋକମାନଙ୍କୁ ବାରମ୍ବାର ୱାଶରୁମ୍‌କୁ ଯିବାକୁ ପଡିଥାଏ । ତେବେ ଏହି ସମସ୍ୟାକୁ ଏଡାଇବା ପାଇଁ କିଛି ଲୋକ ଅନେକ ଘରୋଇ ଉପଚାର ଅପଣାଇଥାନ୍ତି । ଏପରି କରିବା ପାରେ ଯଦି ଏହି ସମସ୍ୟା ଦୂର ହେଉ ନାହିଁ, ତାହେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।

ଫୁଡ୍‌ ପଏଜନିଂ : ଲୋକମାନେ ପ୍ରାୟତଃ ଘରେ ରଖିଥିବା ପୁରୁଣା ଖାଦ୍ୟ ଖାଆନ୍ତି ଏବଂ ବେଳେବେଳେ ବାହାର ଖାଦ୍ୟ ଖାଇଥାନ୍ତି । ଯେଉଁ କାରଣରୁ ସେମାନେ ଫୁଡ୍‌ ପଏଜନିଂ ଭଳି ସମସ୍ୟାର ଶିକାର ହୋଇଥାନ୍ତି । ଏପରି ପରିସ୍ଥିତିରେ ଲୋକମାନେ ଖାଦ୍ୟ ଖାଇବା ପରେ ତୁରନ୍ତ ପେଟରେ କଷ୍ଟ ହୋଇଥାଏ । ଯଦି ଏହାର ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ଏକ ଗୁରୁତର ରୋଗ ହୋଇପାରେ ।

ଅଲସର : ବେଳେବେଳେ ଖାଇବା ପରେ ପେଟରେ ବହୁତ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଏହା ବ୍ୟତୀତ ଖାଲି ପେଟରେ ରହିବା ଦ୍ୱାରା ମଧ୍ୟ ଯନ୍ତ୍ରଣା ହୋଇଥାଏ । ତେବେ ଅଲସର ସମସ୍ୟା ହେଲେ ପେଟର ଉପର ଭାଗରେ ବହୁତ ଯନ୍ତ୍ରଣା ହୁଏ । ଅଲସରରେ ଖାଦ୍ୟ ନଳୀର ତଳ ଭାଗ ଫୁଲାବା ଆରମ୍ଭ ହୋଇଥାଏ । ବାସ୍ତବରେ ଏହି ପେଟ ସମ୍ବନ୍ଧୀୟ ରୋଗରେ ଖାଦ୍ୟ ଖାଇବା ମାତ୍ରେ ଅନ୍ତନଳୀରେ ଯନ୍ତ୍ରଣା ଆରମ୍ଭ ହୋଇଯାଏ । ତେବେ ଅତ୍ୟଧିକ ଏସିଡିଟି ଭଳି ଖାଦ୍ୟ ଖାଇବା ଦ୍ୱାରା ପେଟର ଅଲସର ସମସ୍ୟା ହୋଇଥାଏ ।

ଆଲର୍ଜି ସମସ୍ୟା : ଯଦି ଆପଣ ବାରମ୍ବାର ଖାଦ୍ୟ ଖାଇବା ପରେ ପେଟରେ ଯନ୍ତ୍ରଣା ହେଉଛି, ତେବେ ଏହା ଫୁଡ୍‌ ଆଲର୍ଜି ହୋଇଥାଇପାରେ । ଯଦି ଆପଣ ଜାଣିଶୁଣି କିମ୍ବା ଅଜାଣତରେ ସେହି ଜିନିଷ ଖାଆନ୍ତି, ତେବେ ଏହା ଦ୍ୱାରା ପେଟରେ ଯନ୍ତ୍ରଣା ଅଧିକ ହୋଇଥାଏ । ତେବେ ଯଦି ଆପଣ ଖାଦ୍ୟ ଖାଇବା ପରେ ବାରାମ୍ବାର ପେଟରେ ଯନ୍ତ୍ରଣା ହେଉଛି, ତାହେଲେ ଆପଣ ସେହି ଖାଦ୍ୟ ଖାଇବା ବନ୍ଦ କରିଦିଅନ୍ତୁ । ନଚେତ ଆପଣ ଫୁଡ୍‌ ଆଲର୍ଜିର ଶିକାର ହୋଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.