ନକଲି ଟିକେଟ ବୁକିଂ ଆପ ଠାରୁ ଦୂରେଇ ରୁହନ୍ତୁ, ନଚେତ୍‌ ହେବେ ଠକାମିର ଶିକାର

IRCTC ଅନୁଯାୟୀ ଅନେକ ନକଲି ଆପ୍ IRCTC ନାମରେ ଭାଇରାଲ ହେଉଛି । IRCTC ର କିଛି ନକଲି ଆପ୍ ଗୁଗଲ୍ ପ୍ଲେ ଷ୍ଟୋରରେ ଭର୍ତ୍ତି ଅଛି ଏବଂ କିଛି ଆପର APK ଫାଇଲ୍ ଭାଇରାଲ୍ ହେଉଛି । IRCTCର କିଛି ନକଲି ୱେବସାଇଟ୍ ମଧ୍ୟ ଚାଲୁଛି ।

ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଇଣ୍ଡିଆନ୍‌ ରେଲେଓ୍ଵ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (IRCTC ) ର ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଟିକେଟ ବୁକ୍ କରୁଛନ୍ତି । କିଛି ଲୋକ ନିଜେ ଟିକେଟ୍ ବୁକ୍ କରନ୍ତି ତ କିଛି ଲୋକ ଏଜେଣ୍ଟ ମାଧ୍ୟମରେ ଟିକେଟ୍ ବୁକ୍ କରନ୍ତି । ଯଦି ଆପଣ ନିଜେ ଟିକେଟ୍ ବୁକ୍ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରଯାଇଛି । IRCTC ଅନୁଯାୟୀ ଅନେକ ନକଲି ଆପ୍ IRCTC ନାମରେ ଭାଇରାଲ ହେଉଛି । IRCTC ର କିଛି ନକଲି ଆପ୍ ଗୁଗଲ୍ ପ୍ଲେ ଷ୍ଟୋରରେ ଭର୍ତ୍ତି ଅଛି ଏବଂ କିଛି ଆପର APK ଫାଇଲ୍ ଭାଇରାଲ୍ ହେଉଛି । IRCTCର କିଛି ନକଲି ୱେବସାଇଟ୍ ମଧ୍ୟ ଚାଲୁଛି । IRCTC ର ଏହି ନକଲି ଆପଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା ।

ଆପଣଙ୍କ ସୂଚନା ପାଇଁ ଜଣାଇବାକୁ ଚାହିଁବୁ ଯେ ଟିକେଟ୍ ବୁକିଂ ପାଇଁ IRCTC ରେ କେବଳ ଗୋଟିଏ ଅଫିସିଆଲ୍ ଆପ୍ ଅଛି ଯାହାର ନାମ IRCTC ରେଳ କନେକ୍ଟ । ଏହି ଆପ୍ ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ମାଗଣାରେ ଡାଉନଲୋଡ୍ ହୋଇପାରିବ । ଗୁଗଲ୍ ପ୍ଲେ ଷ୍ଟୋରରୁ IRCTC ରେଳ କନେକ୍ଟ ଆପ୍ କୁ ୫ କୋଟିରୁ ଅଧିକ ଲୋକ ଡାଉନଲୋଡ୍ କରିଛନ୍ତି ଏବଂ ଏହାର ରେଟିଂ ୩.୫ ରହିଛି । ଆପ୍ ଡାଉନଲୋଡ୍ କରିବା ସମୟରେ ଏହି ସୂଚନା ଆଧାରରେ ଆପଣ ପ୍ରକୃତ ଆପ୍ ଡାଉନଲୋଡ୍ କରୁଛନ୍ତି ନା ନକଲି ଯାଞ୍ଚ କରିପାରିବେ ।

ଏହି ଆପ୍ ସହିତ IRCTC ଅଫିସିଆଲ୍ ମଧ୍ୟ ଲେଖାଯାଇଛି ଯାହା ଏହା ଅଫିସିଆଲ୍ ଆପ୍ ବୋଲି ନିଶ୍ଚିତ କରେ । ନକଲି ଆପ୍ କୁ ଏଡାଇବା ପାଇଁ କୌଣସି ଥାର୍ଡ ପାର୍ଟି ସୋର୍ସରୁ ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ । ଏହି ସ୍କ୍ରିନସଟରୁ ଆପଣ ଅସଲି ଏବଂ ନକଲି ଆପ୍ ଚିହ୍ନଟ କରିପାରିବେ । ନକଲି ଆପ୍ irctcconnect.apk ନାମରେ ଭାଇରାଲ ହେଉଛି । ଏହି APK ଫାଇଲ୍ ଟେଲିଗ୍ରାମ ଏବଂ ହ୍ଵାଟସ୍‌ ଆପରେ ସେୟାର ହେଉଛି । ତେଣୁ ଆପଣ ଏହି ଆପକୁ ଡାଉନଲୋଡ କରିବା ସମୟରେ ଯଥେଷ୍ଟ ସତର୍କ ରୁହନ୍ତୁ । ନଚେତ ଆପଣ ବି ଠକାମିର ଶିକାର ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.