ରେସ୍‌ରେ ବିନା ଅଣ୍ଡର ୱେୟାରରେ ଦୌଡ଼ୁଥିଲେ ଖେଳାଳି, ଜିତିବେ କ’ଣ ଇଜ୍ଜତ ବଞ୍ଚାଇବାକୁ ପ୍ୟାଣ୍ଟ ଟାଣି ଟାଣି ଗଲା ସମୟ; ସାମ୍ନାକୁ ଆସିଲା ଭିଡିଓ

କରୋନା ପରେ ଦୁନିଆରେ ବିଭିନ୍ନ ପ୍ରକାରର ଚାମ୍ପିୟନ୍‌ସିପ୍‌ ଆରମ୍ଭ ହୋଇଛି। କମନ୍‌ ୱେଲ୍‌ଥ ବ୍ୟତୀତ ଅନ୍ୟ କେତେକ ଦେଶରେ ମଧ୍ୟ ଏବେ ଚାମ୍ପିୟନ୍‌ସିପ୍‌ ଆୟୋଜନ କରାଯାଉଛି। ଏବେ କଲମ୍ବିଆର କାର୍ଲିରେ ଓ୍ଵାର୍ଲ୍ଡ ଆଥ୍‌ଲେଟିକ୍‌ସ ୟୁ୨୦ ଚାମ୍ପିୟନ୍‌ସିପ୍‌ ମଧ୍ୟ ଚାଲିଛି। ଏଥିରେ ହୋଇଥିବା ୪୦୦ ମିଟର ଦୌଡ଼ ପ୍ରତିଯୋଗିତା ଏବେ ଚର୍ଚ୍ଚାରେ ରହିଛି। କାରଣ ଏଠାରେ ଜଣେ ଖେଳାଳି ଅଣ୍ଡର ୱେୟାର ନ ପିନ୍ଧି ରେସ୍‌ରେ ଦୌଡ଼ିଥିଲେ। ଆଉ ଦୌଡ଼ିବା ବେଳେ ବାରମ୍ବାର ତାଙ୍କ ପ୍ରାଇଭେର୍ଟ ପାର୍ଟ ବାହାରକୁ ବାହାରି ଆସିଥିଲା। ନିଜ ସ୍ଥିତି ସମ୍ଭାଳିବା ଚକ୍କରରେ ଖେଳାଳି ରେସ୍‌ରେ ସବା ଶେଷରେ ରହିଥିଲେ।

ଏହି ଇଟାଲିୟାନ୍‌ ଖେଳାଳି ବକ୍ସର ତଳେ ଅଣ୍ଡର ୱେୟାର ପିନ୍ଧିନଥିଲେ। ଫଳରେ ରେସ୍‌ରେ ଦୌଡ଼ିବା ବେଳେ ଯାହା ଘଟିଲା ତାହା ସେ କେବେ କଳ୍ପନା ବି କରିନଥିବେ। ଦୌଡ଼ିବା ବେଳେ ବାରମ୍ବାର ତାଙ୍କ ପ୍ରାଇଭେଟ ପାର୍ଟ ପ୍ୟାଣ୍ଟରୁ ବାହାରି ଆସୁଥିଲା। ଫଳରେ ସେ ଇଜ୍ଜତ ବଞ୍ଚାଇବା ଚକ୍କରରେ ବାରମ୍ବାର ପ୍ୟାଣ୍ଟକୁ ତଳକୁ ଟାଣୁଥିଲେ। ତାଙ୍କ ହାଫ୍‌ ପ୍ୟାଣ୍ଟ ମଧ୍ୟ ବେଶ୍‌ ଢିଲା ଥିଲା। ଏଥିପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା। ବାରମ୍ବାର ପ୍ୟାଣ୍ଟ ସଜାଡ଼ିବା ଚକ୍କରରେ ସେ ଦୌଡ଼ରେ ସ୍ଲୋ ହୋଇଯାଇଥିଲେ ଓ ପରାଜୟ ବରଣ କରିଥିଲେ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ରେସ୍‌ର ଭିଡିଓକୁ ଟ୍ଵିଟରରେ David Sánchez de Castro ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓଟି ଦିନକ ତଳେ ସେୟାର କରାଯାଇଥିବା ବେଳେ ଇଟାଲିୟନ୍‌ ଖେଳାଳିଙ୍କ ଦୂରବସ୍ଥା ଏଥିରେ ସ୍ପଷ୍ଟ ନଜର ଆସୁଛି। ଭିଡିଓରେ ସେ ବାରମ୍ବାର ପ୍ୟାଣ୍ଟ ସଜାଡ଼ୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଇତି ମଧ୍ୟରେ ଏହି ଭିଡିଓକୁ ୪୯ ହଜାରରୁ ଅଧିକ ଥର ଦେଖାସରିଲାଣି। ଲୋକମାନେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖାଯାଇଛି।

Also Read: ବେସୁରା ଗୀତ ଗାଇବାରୁ ସୋସିଆଲ ମିଡିଆ ଷ୍ଟାରଙ୍କୁ ବାନ୍ଧିଲା ପୋଲିସ, ୮ ଘଣ୍ଟା ଧରି ଦେଲା ନିର୍ଯାତନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.