ଫିଫା ବିଶ୍ୱକପ୍‌ : ଚାରିଥର ଚାମ୍ପିଅନ୍‌ ଜର୍ମାନୀକୁ ମାତ୍‌ ଦେଲା ଜାପାନ, ପ୍ରଥମଥର ଜିତିଲା ଏସୀୟ ଦଳ

ଦୋହା : କତାରରେ ଚାଲିଥିବା ୨୨ତମ ଫିଫା ବିଶ୍ୱ କପ୍‌ରେ ଗତକାଲି ବଡ଼ ବିପର୍ଯ୍ୟୟ ଘଟାଇଛି ଜାପାନ । ପୂର୍ବରୁ ଚାରିଥର ବିଶ୍ୱକପ୍‌ ଜିତିଥିବା ଜର୍ମାନୀକୁ ଜାପାନ ୨-୧ ଗୋଲ୍‌ରେ ହରାଇ ଦେଇଛି ।

ଖଲିଫା ଇଣ୍ଟରନେସନାଲ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ ଜାପାନ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା । ପୂର୍ବରୁ କେହି ବି ଆକଳନ କରିନଥିଲେ ଯେ ଜାପାନ ଦଳ ଜର୍ମାନୀକୁ ଟକ୍କର ଦେବ ବୋଲି । ହେଲେ ଏତେ ଚମତ୍କାର ଖେଳିଲା ଏହି ଏସୀୟ ଦଳ ଶେଷରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୨-୧ ଗୋଲରେ ବିଜୟୀ ହେଲା । ବିଶ୍ୱକପ୍‌ ଇତିହାସରେ ପ୍ରଥମଥର ଜାପାନ ପୂର୍ବ ଚାମ୍ପିଅନ୍‌ ଜର୍ମାନୀକୁ ହରାଇଛି ।

ଏହି ମ୍ୟାଚ୍‌ରେ ପ୍ରଥମେ ଗୋଲ୍‌ ଦେଇଥିଲା ଜର୍ମାନୀ । ୩୩ ମିନିଟ୍‌ରେ ଇଲକେ ଗୁଣ୍ଡୋଗନ ଏହି ଗୋଲ୍‌ ସ୍କୋର କରିଥିଲେ । ସେତେବେଳେ ବି ଜଣାପଡୁନଥିଲା କି ଜାପାନ ଫେରିବ ଆଉ ମ୍ୟାଚ୍‌ ଜିତିବ ବୋଲି । ହେଲେ ୭୫ ମିନିଟ୍‌ରେ ଜାପାନ ତରଫରୁ ରିତସୁ ଦୋନ ଗୋଲ୍‌ ଶୁଝାଇବା ଫଳରେ ସ୍କେର ୧-୧କୁ ଆସିଥିଲା । ଏହାପରେ ଏବଂ ୮୩ ମିନିଟ୍‌ରେ ତକୁମା ଅସାନୋ ଦଳ ପକ୍ଷରୁ ବିଜୟ ସୂଚକ ଗୋଲ୍‌ କରିଥିଲେ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.