କିଟ ଷ୍ଟାଡିଅମରେ ଉଦଯାପିତ ହେଲା ଜାତୀୟ ଜୁନିଅର ଖୋଖୋ ପ୍ରତିଯୋଗିତା, ମହାରାଷ୍ଟ୍ର ଚାମ୍ପିୟନ ଏବଂ ଓଡିଶା ତୃତୀୟ

ଭୁବନେଶ୍ୱର (କେ ନିଉଜ) : ଆଜି କିଟ ବିଜୁ ପଟନାୟକ ଷ୍ଟାଡିଅମରେ ଉଦଯାପିତ ହୋଇଛି ୪୦ତମ ଜାତୀୟ ଜୁନିଅର ଖୋଖୋ ପ୍ରତିଯୋଗିତା । ଉଭୟ ବାଳକ ଓ ବାଳିକା ବର୍ଗରେ ମହାରାଷ୍ଟ୍ର ଚାମ୍ପିଅନ ହୋଇଛି । ଆୟୋଜକ ଓଡିଶା, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ସହ ଉଭୟ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିଛି ।

ପୁରୁଷ ଫାଇନାଲରେ ମହାରାଷ୍ଟ୍ର ଦଳ ଦିଲ୍ଲୀକୁ ୨ ପଏଣ୍ଟରେ ଏବଂ ମହିଳା ଫାଇନାଲରେ କୋଲାହପୁରକୁ ୩ ପଏଣ୍ଟରେ ପରାସ୍ତ କରିଛି । ତେବେ ଓଡିଶା ଦଳ ଉଭୟ ବର୍ଗରେ ବେଶ ଉନ୍ନତି କରିଛି । ପୂର୍ବ ସଂସ୍କରଣ ୨୦୧୯ରେ ଓଡିଶା ପୁରୁଷ ଦଳ ୫ମ ଓ ମହିଳା ଦଳ ୧୩ ନମ୍ବରରେ ଥିଲା । ବାଳକ ବର୍ଗରେ ଓଡ଼ିଶାର ପାବନି ଶବର ଶ୍ରେଷ୍ଠ ଚେଜର ଭାବେ ପୁରସ୍କୃତ ହୋଇଛନ୍ତି ।

KHO KHO-2

ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ୬୦୦ ପ୍ରତିଯୋଗୀ ଭାଗ ନେଇଥିଲେ । ଆଜି ଉଦଯାପନ ଉତ୍ସବରେ ନାଲକୋ ଚେୟାରମ୍ୟାନ ଶ୍ରୀଧର ପତ୍ର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଆର. ଭିନିଲକ୍ରିଷ୍ଣା, କିଟ କ୍ରୀଡା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, ଭାରତୀୟ ଖୋଖୋ ଫେଡେରେସନର ମହାସଚିବ ଏମ.ଏସ. ତ୍ୟାଗୀ ଯୋଗ ଦେଇଥିଲେ । ଚାମ୍ପିୟନ ଦଳଙ୍କୁ ପ୍ରତ୍ୟେକ ୩ ଲକ୍ଷ, ରନର୍ସଙ୍କୁ ୨ ଲକ୍ଷ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳଙ୍କୁ ୧ ଲକ୍ଷ ଲେଖାଁଏ ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଛି । ଏତେ କମ ସମୟ ଭିତରେ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ କରିଥିବାରୁ କିଟ ବିଶ୍ୱବିଦ୍ୟାଳୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।

 

junior national kho kho championship 2021 Concludes in odisha
Maharashtra Girls and Boys Emerge Champions

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.