Below header

ଗର୍ଭବତୀ ପରେ ପ୍ରଥମ ଥର ପରଫର୍ମ କଲେ କୈଟୀ ପେରୀ, ବେବି ବମ୍ପର ଫଟୋ ହେଲା ଭାଇରାଲ

ମେଲବର୍ନ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଆଇସିସି ମହିଳା ଟି ୨୦ର ଫାଇନାଲ ମ୍ୟାଚ ହୋଇସାରିଛି। ଏହି ମ୍ୟାଚରେ ଭାରତୀୟ ଟିମ୍‌କୁ ମହିଳା ଦିବସରେ ନିରାଶ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଟିମ୍‌ ୮୫ ରନ୍‌ରେ ହରାଇ ଓ୍ଵାର୍ଲ୍ଡ କପ୍‌ ଟ୍ରଫି ହାସଲ କରି ନେଇଛନ୍ତି। ଏହି ମ୍ୟାଚର ଶୁଭାରମ୍ଭ ହଲିଉଡ ପପ୍‌ ଷ୍ଟାର କୈଣୀ ପେରୀଙ୍କ ମ୍ୟୁଜିକ୍‌ ସହ ହୋଇଥିଲା। ମ୍ୟାଚ ଶେଷ ହୋଇଯାଇଥିଲେ ମଧ୍ୟ ସୋସିଆଲ ମିଡିଆରେ ପପ୍‌ ଷ୍ଟାରଙ୍କ ଟ୍ରେଣ୍ଡ ଏବଂ ଚର୍ଚ୍ଚା ଦେଖିବାକୁ ମିଳିଛି।

ketty-ସୂଚନା ମୁତାବକ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚରେ କୈଟୀ ପେରୀଙ୍କୁ ପରଫର୍ମ କରିବା ପାଇଁ ଆମନ୍ତ୍ରିତ କରାଯାଇଥିଲା। ଏହି ଜରିଆରେ ପ୍ରଥମ ଥର ପପ୍‌ ଷ୍ଟାର ନିଜର ବେବି ବମ୍ପ ସହ ନଜର ଆସିଛନ୍ତି। ଯେଉଁଥିପାଇଁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ପପ୍‌ ଷ୍ଟାର। ପେରୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ତାଙ୍କର ବେବି ବମ୍ପ ସଫା ନଜର ଆସୁଛି। ଏହି ମ୍ୟାଚ ଆରମ୍ଭ ହେବା ପୂର୍ବରୁ କୈଟୀ ଭାରତୀୟ ମହିଳା ଟିମ୍‌ ସହ ସାକ୍ଷାତ କରି ଫଟୋ ଉଠାଇଥିଲେ। ସୂଚନା ମୁତାବକ କୈଟୀ ପେରୀ ନିଜର ଏହି ସନ୍ତାକୁ ବିନା ବିବାହରେ ଜନ୍ମ ଦେବେ।

kettyରିପୋର୍ଟ ଅନୁଯାୟୀ କୈଟୀ ପେରୀ ନିଜର ଏହି ଶିଶୁକୁ ବିବାହ ନକରି ଜନ୍ମ ଦେବେ। ପ୍ରଥମେ ହଳିଉଡ ଅଭିନେତା ଓରଲାଣ୍ଡୋ ବ୍ଲୁମଙ୍କ ସହ କୈଟୀଙ୍କ ବିବାହ ଖବର ସାମ୍ନାକୁ ଆସିଥିଲା। ଉଭୟ ଜାପାନରେ ଡେଷ୍ଟିନେସନ େଓ୍ଵଡିଂର ଆୟୋଜନ କରିବା ପାଇଁ ସ୍ଥିର କରିଥିଲେ କିନ୍ତୁ କରୋନା ଭାଇରସ କାରଣରୁ ଏହି ବିବାହ ଟଳି ଯାଇଛି। ଦୁଇଜଣ ଆସନ୍ତା ବର୍ଷ ୨୦୨୧ରେ ବିବାହ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.